ବ୍ରାସିଲିଆ,୭।୫: ବ୍ରାଜିଲର ରନୱେରେ ଉଡାଣ ଭରିବା ପୂର୍ବରୁ ଏକ ବିମାନ ଇଞ୍ଜିନରେ ନିଆଁ ଲାଗିଯିବାରୁ ପାଇଲଟ ବିମାନକୁ ଅଟକାଇ ଦେଇଥିଲେ। ମେ’୪ ତାରିଖରେ ରିଓ ଡି ଜେନେରିଓର ସାଣ୍ଟୋସ ଡ୍ୟୁମାଣ୍ଟ ବିମାନବନ୍ଦରରୁ ପୋର୍ଟୋ ଏଲେଗ୍ରେ ଅଭିମୁଖେ ଉଡାଣ ଭରିବା ସମୟରେ ଘଟିଥିବା ଜଣାପଡିଛି। ଏହି ବିମାନଟି ଗୋଲ ଲିନ୍ହାସ ଏରିଆସ ଇଣ୍ଟେଲିଜେଣ୍ଟସ ବିମାନର ଅଟେ।
ରିପୋର୍ଟ ଅନୁଯାୟୀ, ବିମାନ ଉଡ଼ାଣ ପୂର୍ବରୁ ବୈଷେୟିକ ସମସ୍ୟା ହେତୁ ଇଞ୍ଜିନରୁ ନିଆଁ ବାହାରିବା ଆରମ୍ଭ କରିଥିଲା । ଯାହା ପରେ ଉଡାଣ ବାତିଲ କରାଯାଇଥିଲା। ଏହି ଘଟଣାରେ କୌଣସି ଯାତ୍ରା ଆହତ ହୋଇ ନ ଥିବା ଜଣାପଡିଛି। ବିମାନ ସେବା କହିଛି , ବୈଷେୟିକ ସମସ୍ୟା ସମସ୍ୟା ଠିକ ସମୟରେ ଚିହ୍ନଟ ହୋଇଥିଲା ଏବଂ ପାଇଲଟ ଏବଂ କ୍ରୁ ସମସ୍ତ ଜରୁରୀକାଳୀନ ପ୍ରୋଟୋକଲ ଅନୁସରଣ କରିଥିଲେ।