Categories: ଖେଳ

ବ୍ରାଜିଲ-ଆମେରିକା କଡ଼ା ଟକ୍କର

ଭୁବନେଶ୍ୱର,୧୫।୧୦ (କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ ମ୍ୟାଚରେ ବ୍ରାଜିଲ ଓ ଆମେରିକା ମଧ୍ୟରେ ହୋଇଥିଲା କଡ଼ା ଟକ୍କର। ମାତ୍ର ଦୁଇ ସମକକ୍ଷ଼ ଦଳର ମ୍ୟାଚ୍‌ରୁୁ କୌଣସି ଫଳାଫଳ ବାହାରି ପାରିଲା ନାହିଁ। ମ୍ୟାଚ୍‌ଟି ୧-୧ ଗୋଲ୍‌ରେ ଡ୍ର ଭାବେ ଶେଷ ହେଲା। ଆମେରିକାର ନିକୋଲେଟ୍‌ କିଓର୍ପସ ଏବଂ ବ୍ରାଜିଲର କାରୋଲ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ମ୍ୟାଚ୍‌ ଡ୍ର ରହିବା ଫଳରେ ଉଭୟ ଦଳ ଗୋଟିଏ ଲେଖାଏ ପଏଣ୍ଟ ପାଇଛନ୍ତି। ଫଳରେ ଉଭୟ ଦଳର ପଏଣ୍ଟ ସଂଖ୍ୟା ୪ରେ ପହଞ୍ଚତ୍ଛି। ବ୍ରାଜିଲ ୪-୫-୧ ଓ ଆମେରିକା ୪-୩-୩ ଷ୍ଟାର୍ଟିଂ ଲାଇନ୍‌ଅପ୍‌ ନେଇ ଖେଳିଥିଲା। ପୂରା ମ୍ୟାଚରେ ଦେଖିବାକୁ ଗଲେ ବଲ୍‌ ୪୧ ପ୍ରତିଶତ ବ୍ରାଜିଲ ଏବଂ ୫୮ ପ୍ରତିଶତ ଆମେରିିକା ନିୟନ୍ତ୍ରଣରେ ରହିଥିଲା। ବ୍ରାଜିଲ ୧୪ଟି ଶଟ୍‌ ଟାର୍ଗେଟ କରିଥିବାବେଳେ ଆମେରିକାର ଏହି ସଂଖ୍ୟା ଥିଲା ୧୯। ବ୍ରାଜିଲ କୌଣସି କର୍ନର ପାଇ ନ ଥିବାବେଳେ ଆମେରିକା ୭ଟି କର୍ନର ପାଇଥିଲା। ଆକ୍ରମଣାତ୍ମକ ଆଭିିମୁଖ୍ୟ ଦୃଷ୍ଟିରୁ ଆଗରେ ରହିଥିଲା ଆମେରିକା। ଏହି ସଂଖ୍ୟା ବ୍ରାଜିଲର ୨୧ ଓ ଆମେରିକାର ୩୬ ପ୍ରତିଶତ ରହିଥିଲା। ବ୍ରାଜିଲ ଗୋଲକିପର ଲେଲାନେ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ।

Share