Categories: ଖେଳ

କୋଲକାତା ଆସିବେ ରୋନାଲ୍‌ଡିନୋ

କୋଲକାତା,୨ା୧୦: ଦୁର୍ଗାପୂଜା ମହୋତ୍ସବ ପୂର୍ବରୁ ବ୍ରାଜିଲର ଫୁଟ୍‌ବଲ କିମ୍ବଦନ୍ତୀ ରୋନାଲ୍‌ଡିନୋ କୋଲକାତା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ୪୩ ବର୍ଷୀୟ ରୋନାଲ୍‌ଡିନୋ ଅକ୍ଟୋବର ମଧ୍ୟ ଭାଗରେ କୋଲକାତା ଆସୁଥିବା ତାଙ୍କ ଅଫିସିଆଲ ଫେସ୍‌ବୁକ୍‌ ପେଜ୍‌ରେ ଏକ ପୋଷ୍ଟରେ ସୂଚନା ଦେଇଛନ୍ତି।

କୋଲକାତାରେ ବହୁ ସଂଖ୍ୟାରେ ବ୍ରାଜିଲ ପ୍ରଶଂସକ ରହିଛନ୍ତି। ସେମାନଙ୍କୁ ଭେଟିବା ଲାଗି ତାଙ୍କର ଉତ୍କଣ୍ଠା ରହିଛି। ଏପରିକି ରୋନାଲ୍‌ଡିନୋ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ଭେଟିବେ ବୋଲି ଜଣାଡିଛି। ରୋନାଲ୍‌ଡିନୋସମ୍ଭବତଃ ଅକ୍ଟୋବର ୧୬ରେ କୋଲକାତାରେ ପହଞ୍ଚିବେ। ଦୁଇ ଦିନ ରହଣୀ ପରେ ସେ ଢାକା ଗସ୍ତ କରିବେ।

କୋଲକାତାରେ ସେ ଏକ ଚ୍ୟାରିଟି ମ୍ୟାଚ୍‌ ଖଳିବା ସହ ଏକ ଫୁଟ୍‌ବଲ ଏକାଡେମୀର ଟ୍ରେନିମାନଙ୍କ ସହ ବାର୍ତ୍ତାଳାପ କରିବାର କାର୍ଯ୍ୟକ୍ରମ ରହିଛି। ଏପରିକି ସେ ଏକ ଦୁର୍ଗା ପୂଜା ପାଣ୍ଡାଲର ଅନାବରଣ କରିବେ ବୋଲି ଜଣାପଡିଛି।

Share