ବ୍ରାଜିଲ୍‌ ରାଷ୍ଟ୍ରପତି ତୃତୀୟ ଥର ପାଇଁ କରୋନା ପଜିଟିଭ୍‌

ବ୍ରାସିଲିଆ, ୨୩।୭: ବ୍ରାଜିଲ୍‌ ରାଷ୍ଟ୍ରପତି ଜେର୍‌ ବୋଲସୋନାରୋ ତୃତୀୟ ଥର ପାଇଁ କରୋନା ପଜିଟିଭ୍‌ ହୋଇଛନ୍ତି। ଜୁଲାଇ ୭ରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ଏହାପରେ ତାଙ୍କର ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ଏହାର ରିପୋର୍ଟ ଜୁଲାଇ ୨୧ରେ ଆସିଥିଲା। ବୋଲସୋନାରୋ କରୋନା ପଜିଟିଭ୍‌ ଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହାପୂର୍ବରୁ ବୋଲସୋନାରୋ ଦୁଇଥର କରୋନା ଦ୍ୱାରା ଆକ୍ରାନ୍ତ ହୋଇସାରିଛନ୍ତି। ୬୫ ବର୍ଷ ବୟସ୍କ ବୋଲସୋନାରୋଙ୍କର ସ୍ବାସ୍ଥ୍ୟାବସ୍ଥା ଏବେ ଭଲ ଥିବା ରାଷ୍ଟ୍ରପତି ଭବନ ପକ୍ଷରୁ କୁହାଯାଇଛି। ତାଙ୍କର ଚିକିତ୍ସା ରାଷ୍ଟ୍ରପତିଙ୍କ ମେଡ଼ିକାଲ ଦଳ ଦ୍ୱାରା କରାଯାଉଛି। ସେ ଆକ୍ରାନ୍ତ ନ ହେବା ପୂର୍ବରୁ ପ୍ରତିଦିନ ବ୍ରାସିଲିଆରେ ବିନା ଫେସ୍‌ ମ୍ୟାକ୍ସ୍‌ରେ ବୁଲିବା ସହିତ ସାକ୍ଷାତ୍‌ କରୁଥିବା ବ୍ୟକ୍ତିଙ୍କ ସହିତ ହାତ ମିଳାଉଥିଲେ। ଏବେ ସରକାରୀ ମାର୍ଗଦର୍ଶିକା ଅନୁସାରେ ସ୍ବାସ୍ଥ୍ୟ ଅଧିକାରୀମାନେ ତାଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି।

Share