ଫିଲ୍ମ ‘ଆର୍‌ଆର୍‌ଆର୍‌’କୁ ପ୍ରଶଂସା କଲେ ବ୍ରାଜିଲ ରାଷ୍ଟ୍ରପତି

ସାଉଥ୍‌ର ପ୍ରସିଦ୍ଧ ନିର୍ଦ୍ଦେଶକ ଏସ ରାଜାମୌଲିଙ୍କ ଫିଲ୍ମ ‘ଆର୍‌ଆର୍‌ଆର୍‌’ ପୁଣି ଥରେ ଚର୍ଚ୍ଚରେ ଅଛି। ଭାରତରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବାକୁ ଆସିଥିବା ବ୍ରାଜିଲର ରାଷ୍ଟ୍ରପତି ଲୁଇଜ ଇନାସିଓ ଫିଲ୍ମ ‘ଆର୍‌ଆର୍‌ଆର୍‌’କୁ ପ୍ରଶଂସା କରିବା ସହ କହିଛନ୍ତି, ଏହି ଫିଲ୍ମ ତାଙ୍କୁ ଆକର୍ଷିତ କରିଛି। ଏନେଇ ବର୍ତ୍ତମାନ ରାଜମୌଲି ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି।
ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେଇଥିବା ଲୁଇଜ ଇନାସିଓ ଫିଲ୍ମ ‘ଆର୍‌ଆର୍‌ଆର୍‌’କୁ ପ୍ରଶଂସା କରି କହିଛନ୍ତି, ‘ଆର୍‌ଆର୍‌ଆର୍‌’ ଏକ ତିନି ଘଣ୍ଟିଆ ବୈଶିଷ୍ଟ୍ୟ ଫିଲ୍ମ। ଏଥିରେ ଚମତ୍କାର ନୃତ୍ୟ ସହିତ ଅନେକ ମଜାଳିଆ ଦୃଶ୍ୟ ମଧ୍ୟ ଦିଆଯାଇଛି। ଏହି ଫିଲ୍ମଟି ଭାରତୀୟଙ୍କ ଉପରେ ବ୍ରିଟିଶ ନିୟନ୍ତ୍ରଣକୁ ଗଭୀର ସମାଲୋଚନା କରିଛି। ମୁଁ ବିଶାସ କରେ ଯେ ଏହି ଫିଲ୍ମଟି ସମଗ୍ର ବିଶ୍ୱରେ ଏକ ବ୍ଲକବଷ୍ଟର ହେବା ଉଚିତ୍‌। ଚଳଚ୍ଚିତ୍ରର କଳାକାରଙ୍କୁ ଅଭିନନ୍ଦନ ଜଣାଉଛି କାରଣ ଏହା ମୋତେ ବିସ୍ମିତ କରିଥିଲା।
ବର୍ତ୍ତମାନ ଫିଲ୍ମର ନିର୍ଦ୍ଦେଶକ ଏସ ରାଜାମୌଲି ଲୁଇଜ ଇନାସିଓଙ୍କ ଏହି ପ୍ରଶଂସା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଲୁଇଜଙ୍କୁ ଧନ୍ୟବାଦ ଜଣାଇ ସେ କହିଛନ୍ତି, ସାର୍‌… ଆପଣଙ୍କ ସୁନ୍ଦର ଶବ୍ଦ ପାଇଁ ଆପଣଙ୍କୁ ବହୁତ ଧନ୍ୟବାଦ। ଆପଣ ଭାରତୀୟ ସିନେମା ବିଷୟରେ ଉଲ୍ଲେଖ କରିଛନ୍ତି ଏବଂ ‘ଆର୍‌ଆର୍‌ଆର୍‌’ ଉପଭୋଗ କରିଛନ୍ତି !!
ଫିଲ୍ମ ‘ଆର୍‌ଆର୍‌ଆର୍‌’ରେ ଦୁଇଜଣ ଭାରତୀୟ ସ୍ବାଧୀନତା ସଂଗ୍ରାମୀ ଆଲୁରୀ ସୀତାରାମ ରାଜୁ (ରାମ ଚରଣ) ଏବଂ କୋମାରାମ ଭୀମ (ଜୁନିଆର ଏନ୍‌ଟିଆର) ଙ୍କ କାହାଣୀ ଦେଖାଯାଇଛି। ଯେଉଁଥିରେ ସେ ବ୍ରିଟିଶ ଶାସନ ବିରୋଧରେ ଲଢୁଥିବାର ନଜର ଆସିଥିଲେ।

Share