ସଙ୍ଗୀତ ପରିବେଷଣ ବେଳେ ବ୍ରାଜିଲ ଗାୟକଙ୍କୁ ଗୁଳିକରି ହତ୍ୟା

ବ୍ରାଜିଲ,୧୯।୮: ଏକ ଲାଇଭ୍‌ କାର୍ଯ୍ୟକ୍ରମରେ ସଙ୍ଗୀତ ପରିବେଷଣବେଳେ ଜଣେ ବ୍ରାଜିଲ୍‌ ଗାୟକଙ୍କୁ ଗୁଳିକରି ହତ୍ୟା କରାଯାଇଛି। ମୃତ ଗାୟକ ହେଲେ ଏମ୍‌.ସି. ଶେର୍‌ଗିନୋ ପୋରାଡ଼ୋ। ସେ ଅଗଷ୍ଟ ୧୩ ତାରିଖରେ ରିସିଫ ଠାରେ ଏକ କାର୍ଯ୍ୟକ୍ରମରେ ସଙ୍ଗୀତ ପରିବେଷଣ କରୁଥିଲେ। ଏତିକିବେଳେ କୌଣସି କଥାକୁ ନେଇ ସେଠାରେ ଥିବା ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା। ଗାୟକ ଜଣକ ସେମାନଙ୍କ ଝଗଡ଼ା ସମାଧାନ କରିବାକୁ ଯିବାରୁ ସ୍ବାମୀ ଜଣକ ରାଗିଯାଇ ତାଙ୍କ ସ୍ତ୍ରୀ ଓ ଗାୟକଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଫଳରେ ସ୍ତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଗାୟକଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Share