ବ୍ରାଜିଲରେ ରେକର୍ଡ କଲା କରୋନା

ରିଓ ଡି ଜେନେରିଓ,୨୮ ।୧: ବିଶ୍ୱର କିଛି ଦେଶରେ କରୋନା ପିକରେ ଥିବା ବେଳେ କିଛି ଦେଶରେ ଏହାର ଗ୍ରାଫ ତଳମୁହାଁ ହୋଇଛି । ହେଲେ ବ୍ରାଜିଲରେ କରୋନା ସଂକ୍ରମଣ ଏବେ ରେକର୍ଡ କରିଛି । ୨୪ ଘଣ୍ଟା ମଧ୍ୟରେ ବ୍ରାଜିଲରେ ସର୍ବାଧିକ ୨,୨୮,୯୫୪ ଅର୍ଥାତ୍ ୨୪,୭ ମିଲିୟନରୁ ଅଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ଏକ ରେକର୍ଡ ବୋଲି କହିଛି ବ୍ରାଜିଲ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ମୃତ୍ୟୁ ସଂଖ୍ୟା ବି ସେହି ଅନୁପାତରେ ବୃଦ୍ଧି ପାଇଛି । ବ୍ରାଜିଲ ବର୍ତ୍ତମାନ ଓମିକ୍ରନ୍ ସଂକ୍ରମଣ ପରେ ଏକ ନୂଆ ଲହର ମଧ୍ୟ ଦେଇ ଗତି କରୁଛି ।

Share