ଏହି ଦେଶରେ ୫ ଲକ୍ଷ ଟପିଲା କୋଭିଡ୍‌ ମୃତ୍ୟୁ

ବ୍ରାସିଲିଆ,୨୦।୬: ବ୍ରାଜିଲ୍‌ରେ କରୋନାଜନିତ ମୃତ୍ୟୁସଂଖ୍ୟା ୫ ଲକ୍ଷ ଅତିକ୍ରମ କରିଛି। ଗତ ୨୪ ଘଣ୍ଟାରେ ସେଠାରେ ୨,୩୦୧ ଜଣଙ୍କ ମୃତ୍ୟୁ ଘଟିବା ପରେ ମୋଟ ମୃତ୍ୟୁସଂଖ୍ୟା ୫,୦୦,୮୦୦ରେ ପହଞ୍ଚତ୍ଛି। କୋଭିଡ୍‌ ମୃତ୍ୟୁସଂଖ୍ୟା ୫ ଲକ୍ଷ ଟପିବାରେ ଆମେରିକା ପରେ ବ୍ରାଜିଲ ଦ୍ୱିତୀୟ ରାଷ୍ଟ୍ର। ସେଠାରେ ଗତ ୨୪ ଘଣ୍ଟାରେ ୮୨,୨୮୮ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୭୮,୮୩,୭୫୦ରେ ପହଞ୍ଚତ୍ଛି। ସଂକ୍ରମଣରେ ଆମେରିକା, ଭାରତ ପରେ ବ୍ରାଜିଲ୍‌ ତୃତୀୟ ସ୍ଥାନରେ ରହିଛି।

Share