ଜାଲ୍‌ ସାର୍ଟିଫିକେଟ ମାମଲାରେ ଗିରଫ ହେଲେ ପ୍ରଧାନଶିକ୍ଷକ

ବଲାଙ୍ଗୀର,୮ା୧୧(ସୁନୀଲ କୁମାର ମହାନ୍ତି): ଜାଲ୍‌ ସାର୍ଟିଫିକେଟ ଦେଇ ଚାକିରି କରୁଥିବା ବଲାଙ୍ଗୀର ଜିଲା ଗୁଡ଼ଭେଲା ବ୍ଳକ ଡଙ୍ଗାପଦର ପ୍ରାଥମିକ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ପ୍ରଧାନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ତାଙ୍କ ନାଁରେ ପୂର୍ବରୁ ଅଭିଯୋଗ ହୋଇଥିଲା। ଜାଲ ବିଇଡି ସାର୍ଟିଫିକେଟ ଦାଖଲ କରିଥିବା ନେଇ ସ୍ପଷ୍ଟ ହେବା ପରେ ଗୁଡ଼ଭେଲା ବ୍ଲକ ଶିକ୍ଷା ଅଧିକାରୀ ତୁଷରା ଥାନାରେ ପ୍ରଧାନଙ୍କ ନାଁରେ ଅଭିଯୋଗ କରିଥିଲେ। ତେବେ ହାଇକୋର୍ଟ ଦ୍ବାରସ୍ଥ ହେବା ପରେ ଗିରଫ ନ କରିବାକୁ ନିର୍ଦ୍ଦେଶ ରହିଥିଲା। ପରବର୍ତ୍ତୀ ସମୟରେ ତାଙ୍କର ଜାମିନ ନାମଞ୍ଜୁର ହେବାରୁ ପ୍ରଧାନଶିକ୍ଷକ ପ୍ରଧାନଙ୍କୁ ପୋଲିସ ଗିରଫ କରିଥିବା ଏସ୍‌ଡିପିଓ ତୋଫାନ ବାଗ୍‌ ସୂଚନା ଦେଇଛନ୍ତି।

 

Share