ବେଙ୍ଗାଲୁରୁ,୨୮।୯: କର୍ନାଟକର କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରରୁ ଏୟାର ଏସିଆର ଏକ ବିମାନ ରାଜ୍ୟପାଳ ଥାୱରଚାନ୍ଦ ଗେହଲଟଙ୍କୁ ନ ନେଇ ଉଡାଣ କରିଛି। ସରକାରୀ ସୂତ୍ରରୁ ପ୍ରକାଶ ଯେ, ପ୍ରୋଟୋକଲ ଉଲ୍ଲଂଘନ କରି ବିମାନଟି ରାଜ୍ୟପାଳଙ୍କ ବିନା ଉଡ଼ିଛି। ତେବେ ରାଜ୍ୟପାଳ ବିମାନବନ୍ଦର ଭିଆଇପି ଯାତ୍ରୀ ନିବାସରେ ଅପେକ୍ଷା କରିଥିଲେ। ଏନେଇ ରାଜ୍ୟପାଳଙ୍କ ପ୍ରୋଟୋକଲ ଅଧିକାରୀମାନେ ବିମାନବନ୍ଦର ପୋଲିସ ଷ୍ଟେଶନରେ ଅଭିଯୋଗ କରିଛନ୍ତି।
ସୂଚନାନୁସାରେ, ଗେହଲଟ ଗୁରୁବାର ଅପରାହ୍ନରେ ଟର୍ମିନାଲ -୨ରୁ ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରିବେ। ଏୟାର ଏସିଆ ବିମାନ ପହଞ୍ଚିବା ମାତ୍ରେ ଗେହଲଟଙ୍କ ଲଗେଜ ଲୋଡ ହୋଇଥିଲା। କୁହାଯାଉଛି ଯେ, ଟର୍ମିନାଲରେ ପହଞ୍ଚିବାରେ ଗେହଲଟଙ୍କ ବିଳମ୍ବ ହୋଇଥିଲା।
ଫଳରେ ବିମାନଟି ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରିସାରିଥିଲା। ଏହା ପରେ ହାଇଦ୍ରାବାଦରେ ପହଞ୍ଚିବା ପାଇଁ ରାଜ୍ୟପାଳଙ୍କୁ ୯୦ ମିନିଟ ପରେ ଆଉ ଏକ ବିମାନ ନେବାକୁ ପଡିଥିଲା।