ବ୍ରେଡ ବା ପାଉଁରୁଟି ତ ସମସ୍ତେ ଖାଇଥିବେ। ତେବେ ଯଦି କିଛି ବ୍ରେଡ ବେଶି ଦିନ ରହିଯାଇ ନଷ୍ଟ ହେବାକୁ ଲାଗେ ତେବେ ପ୍ରାୟ ସମସ୍ତେ ତାକୁ ଫୋପାଡି ଦିଅନ୍ତି। କିନ୍ତୁ ୟୁକିକୋ ମୋରିତା ନାମକ ଜଣେ ବେକର୍ ଯେକି ଏବେ ଜଣେ ଡିଜାଇନର୍ ଭାବେ କାମ କରୁଛନ୍ତି ଏଭଳି ବଳକା ତଥା ବାସି ପାଉଁରୁଟିରେ ତିଆରି କରୁଛନ୍ତି ଏମିତି ଏକ ଜିନିଷ ଯାହାକୁ କେବେ କେହି କଳ୍ପନା ବି କରିପାରିବେ ନାହିଁ। ସେ ଏହି ବ୍ରେଡରେ ତିଆରି କରୁଛନ୍ତି ଲ୍ୟାମ୍ପ। ୨୦୧୬ରୁ ସେ ଏହାକୁ ତିଆରି କରିବା ଆରମ୍ଭ କରିଥିଲେ। ଏବେ ସେ ବିଭିନ୍ନ ପ୍ରକାରର ବ୍ରେଡ ଲ୍ୟାମ୍ପ ତିଆରି କରୁଛନ୍ତି ଯେମିତିକି କ୍ରୋଇସେଣ୍ଟ ନାଇଟଲାଇଟ୍ସ, ବୈଗେଟ୍( ଲମ୍ବା ଫ୍ରେଞ୍ଚ ବ୍ରେଡ୍) ଚାଣ୍ଡେଲିୟର୍,ନାନ୍ ଟାଇମ୍ପିସେସ୍ ଆଦି। ପ୍ରତି ଡିଜାଇନ୍ ପାଇଁ ସେ ବଳକା ପ୍ୟାଷ୍ଟ୍ରି ଓ ବ୍ରେଡ ନିକଟସ୍ଥ ରିଟେଲର୍ଙ୍କଠାରୁ ସଂଗ୍ରହ କରି ଆଣନ୍ତି। ପରେ ସେ ଏସବୁକୁ ଆଣ୍ଟିସେପ୍ଟିକ ଓ ମାଇଲ୍ଡ୍ୟୁ-ଡିଟରେଣ୍ଟରେ ଟ୍ରିଟ୍ କରନ୍ତି। ଆଉ ବ୍ରେଡରେ ଏକ କଣା କରି ସେଥିରେ ଏଲଇଡି ଲାଇଟ୍ ଫିଟ୍ କରନ୍ତି। ଏହି ଲ୍ୟାମ୍ପ ସେମିପରମାନେଣ୍ଟ ଅଟେ। ତେଣୁ ଧ୍ୟାନ ଦେବ ଜରୁରୀ ଯେମିତି ଏହା ନ ଭାଙ୍ଗେ।