ପାକିସ୍ତାନରେ ଖାଇବାକୁ ମିଳିବନି ରୁଟି: ଗହମ କିଲୋ ଟପିଲା ୬୦

ଇସଲାମାବାଦ, ୭।୧୦: ଆଗକୁ ପାକିସ୍ତାନରେ ଲୋକଙ୍କୁ ଖାଇବାକୁ ରୁଟି ମିଳିବନି। ଏନେଇ ଏବେ ଆଶଙ୍କା ସୃଷ୍ଟି ହୋଇଛି। ଦେଶରେ ଇତିମଧ୍ୟରେ ଗହମ କିଲୋ ପିଛା ଦାମ ୬୦ ଟଙ୍କା ଟପିଛି। ଗହମ ଦାମ ଅତୀତର ସମସ୍ତ ରେକର୍ଡ ଭାଙ୍ଗିଥିବା କୁହାଯାଉଛି। ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ସରକାର ଗହମ ଦାମ କିଲୋ ପିଛା ୪୦ ଟଙ୍କା ମଧ୍ୟରେ ସୀମିତ ରଖିବାକୁ ପ୍ରୟାସ କରିଥିଲେ ବି ଏହା ବିଫଳ ହୋଇଛି। ଏନେଇ ଲୋକଙ୍କ ମଧ୍ୟରେ ସରକାରଙ୍କ ପ୍ରତି ଅସନ୍ତୋଷ ବଢ଼ିବାରେ ଲାଗିଛି। ଗହମ ଦାମ ବୃଦ୍ଧି ନେଇ ଖାଦ୍ୟଶସ୍ୟ ସଂଘ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ପାଣ୍ଠି ଯୋଗାଇଦେବାର ଦାବି କରିଛନ୍ତି। ଯାହାଦ୍ୱାରା ଠିକ୍‌ ସମୟରେ ଫସଲ ଅମଳ କରାଯାଇ ପାରିବ। ତେବେ ଏନେଇ ଇମ୍ରାନ୍‌ଙ୍କ ସରକାର କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ଅତ୍ୟାବଶ୍ୟକ ସାମଗ୍ରୀ ଦାବ ବଢୁଥିବାରୁ ଲୋକଙ୍କ ସ୍ଥିତି ଧୀରେଧୀରେ ସଙ୍କଟ ଜନକ ହେବାରେ ଲାଗିଛି।

Share