ସକ୍ରିୟ ମାମଲାରେ ବ୍ରେକ୍‌…

ନୂଆଦିଲ୍ଲୀ, ୨୨।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ପୁଣି ୪୭ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ବଢ଼ି ୫ ହଜାର ଉପରେ ରହିଛି। ଏହା ୫,୪୩୧ ରହିଛି। ଗୋଟିଏ ଦିନ ତଳେ ଏହା ୪,୪୯୧ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୧୪ ଥିଲା। ଏହି ସମୟରେ ସକ୍ରିୟ ମାମଲା ୪୬ ହଜାର ୩୪୨ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୪୬ ହଜାର ୨୧୬ ଥିଲା। ସେହିପରି ୨୪ ଘଣ୍ଟାରେ ୫ ହଜାର ୨୯୧ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୪୫ ହଜାର ୬୪୦ ଥିଲା। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୮ ହଜାର ୪୨୯ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୫ ଲକ୍ଷ ୫୩ ହଜାର ୪୨ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୩୯ ଲକ୍ଷ ୭୮ ହଜାର ୨୭୧ ଜଣ ସୁସ୍ଥ ହୋଇ ସାରିଛନ୍ତି। କେରଳରେ ସତର୍କ ସୂଚନା ଜାରି କରାଯାଇଛି। ଏଠାରେ ଦୈନିକ ସଂକ୍ରମଣ ୨ ହଜାର ଉପରେ ରହିଛି। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି। ଏହା ସହିତ ମାସ୍କ ପିନ୍ଧିବା ଏବଂ କରୋନା ମାର୍ଗଦର୍ଶିକା ପାଳନ କରିବାକୁ କୁହାଯାଇଛି।

Share