‘ଓଏମ୍‌ଜି-୨’ ରିଲିଜ୍‌ରେ ବ୍ରେକ୍‌

ମୁମ୍ବାଇ: ବର୍ତ୍ତମାନ ସମୟରେ ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ ‘ଓଏମ୍‌ଜି-୨’କୁ ନେଇ ଚର୍ଚ୍ଚା ଲାଗିରହିଛି। ଫିଲ୍ମ ‘ଆଦିପୁରୁଷ’ର ବିବାଦୀୟ ଡାଇଲଗ୍‌ ପରେ ସେନ୍ସର ବୋର୍ଡ ଅତ୍ୟନ୍ତ ସତର୍କ ହୋଇପଡ଼ିଛି। କୌଣସି ବି ଫିଲ୍ମ ଯାହା ଭଗବାନଙ୍କ ସମ୍ବନ୍ଧୀୟ ତାକୁ ବିନା ଯାଞ୍ଚରେ ପ୍ରେକ୍ଷାଳୟକୁ ଛଡ଼ାଯିବନି ବୋଲି ନିଷ୍ପତ୍ତି ନେଇଛି। ଏପରି ସତର୍କତା ପାଇଁ ସେନ୍ସର ବୋର୍ଡ ନିକଟରେ ଅକ୍ଷୟଙ୍କ ଫିଲ୍ମ ‘ଓଏମ୍‌ଜି-୨’ ରିଲିଜ୍‌ରେ ରୋକ୍‌ ଲଗାଇଛି। ଏଥିପାଇଁ ସେନ୍ସର ବୋର୍ଡ ଫିଲ୍ମକୁ ରିଭ୍ୟୁ କମିଟି ପାଖକୁ ପଠାଇଛି। ରିଭ୍ୟୁ କମିଟିର ନିଷ୍ପତ୍ତି ପରେ ସିନେମା ପ୍ରେକ୍ଷାଳୟକୁ ଯିବ କି ନାହିଁ ତାହା ଜଣାପଡ଼ିବ। କିନ୍ତୁ ଫିଲ୍ମକୁ ଏ ପର୍ଯ୍ୟନ୍ତ ବ୍ୟାନ୍‌ କରାଯାଇନାହିଁ। ଏଥିରେ ବ୍ୟବହୃତ ହୋଇଥିବା ସମସ୍ତ ଡାଇଲଗ୍‌ରେ ଯେପରି ଭଗବାନଙ୍କୁ ଅପମାନିତ କରା ନ ଯାଏ, ତା’ର ଯାଞ୍ଚ କରାଯିବ। ପୂର୍ବରୁ ରିଲିଜ୍‌ ହୋଇଥିବା ଫିଲ୍ମ ‘ଆଦିପୁରୁଷ’ର ପୋଷାକ ଏବଂ ଡାଇଲଗ୍‌କୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଯେଉଁଥିରେ ରାମାୟଣଙ୍କୁ ଭିନ୍ନ ଭାବରେ ଦର୍ଶାଯାଇଛି। ୨୦୧୨ରେ ରିଲିଜ୍‌ ହୋଇଥିବା ‘ଓଏମ୍‌ଜି’ରେ ଅକ୍ଷୟଙ୍କ ସହ ପରେଶ ରାୱଲଙ୍କୁ ଦେଖିବାକୁ ମିଳିଥିଲା। ସେଥିରେ ଅକ୍ଷୟ କୃଷ୍ଣଙ୍କ ଚରିତ୍ରରେ ନଜରକୁ ଆସିଥିବାବେଳେ ପରେଶ ଜଣେ ଭଗବାନଙ୍କ ମୂର୍ତ୍ତି ବିକାଳି ଭୂମିକାରେ ନଜରକୁ ଆସିଥିଲେ। ମୁଭିରେ ପରେଶ ଭଗବାନଙ୍କୁ ମାନୁ ନ ଥିଲେ। ଯାହା ଆଧ୍ୟାତ୍ମିକ କମେଡି ଡ୍ରାମାକୁ ନେଇ ଚିତ୍ରଣ କରାଯାଇଥିଲା। ‘ଓଏମ୍‌ଜି-୨’ର ଏକ ଟିଜର ଜୁଲାଇ ୧୧ରେ ରିଲିଜ୍‌ ହୋଇଥିଲା। ଟିଜର ଆରମ୍ଭରୁ ମୁଖ୍ୟ ଚରିତ୍ରରେ ଥିବା ପଙ୍କଜ ତ୍ରିପାଠୀଙ୍କ ଭଏସ ଶୁଣିବାକୁ ମିଳିଥିଲା। ସେ କହିଛନ୍ତି, ଜଣେ ଭଗବାନ କି ନାହିଁ ଆସ୍ତିକ ଏବଂ ନାସ୍ତିକ ମଣିଷ କହିଦେଇପାରିବ। ହେଲେ ଭଗବାନ ନିଜ ସୃଷ୍ଟିର କେଉଁ ମଣିଷଙ୍କ ପ୍ରତି ଭେଦଭାବ କରନ୍ତିନି। ଏହାପରେ ଅକ୍ଷୟ ଈଶ୍ୱରଙ୍କ ଉପରେ ଭରସା ରଖେ, ତୁମେ ଶିବଙ୍କ ଦାସ ବୋଲି କହିଥିଲେ। ତେବେ ମୁଭିରେ ୟାମି ଗୌତମ ଜଣେ ଆଇନଜୀବୀ ଭୂମିକାରେ ନଜରକୁ ଆସିବେ।

Share