ଜୁନାଗଡ଼,୧୪ା୭(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ମଥୁରା ଗ୍ରାମର ଫକୀର ମୋହନ ପଣ୍ଡାଙ୍କ ଘରୁ ଦୁର୍ବୃତ୍ତମାନେ ଝରକା ଗ୍ରୀଲ୍ ଭାଙ୍ଗି ସୁନା,ଟଙ୍କା,ମୋବାଇଲ ଚୋରି କରିନେଇଛନ୍ତି। ଏ ନେଇ ଫକୀର ଜୁନାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଘରେ କେହି ନ ଥିବା ସମୟରେ ଚୋରମାନେ ଝରକା ଗ୍ରୀଲ୍ ଭାଙ୍ଗି ଘରେ ପଶି ସୁନା ୪ ଭରି, ୨ ଲକ୍ଷ ଟଙ୍କା ଓ ଗୋଟିଏ ମୋବାଇଲ ଚୋରି କରିନେଇଥିବା ଅଭିଯୋଗରେ ଦର୍ଶାଯାଇଛି। ଏପଟେ ପୋଲିସ ଘଟଣାସ୍ଥଳକୁ ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏ ନେଇ ଜୁନାଗଡ଼ ଥାନାରେ କେସ୍ ନଂ ୩୦୩/୨୨ ରୁଜୁ ହୋଇଛି।