Categories: ଖେଳ

ଭିନେଶଙ୍କ ପାଇଁ ଖୁସିଖବର, ମିଳିପାରେ ପଦକ!

ନୂଆଦିଲ୍ଲୀ,୮।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ୫୦ କିଲୋଗ୍ରାମ ଫ୍ରିଷ୍ଟାଇଲ ସ୍ବର୍ଣ୍ଣ ପଦକ ମ୍ୟାଚ ପୂର୍ବରୁ ଭାରତୀୟ ମହିଳା ରେସଲର ଭିନେଶ ଫୋଗଟଙ୍କୁ ନିର୍ଦ୍ଦିଷ୍ଟ ଓଜନଠାରୁ ୧୦୦ ଗ୍ରାମ ଅଧିକ ଥିବାରୁ ଅଯୋଗ୍ୟ କରାଯାଇଥିଲା। ଏହି ନିଷ୍ପତ୍ତି ପରେ ଭାରତୀୟ ଅଲିମ୍ପିକ ଆସୋସିଏସନ ଏକ ଦୃଢ ଆପତ୍ତି ଉଠାଇଥିବାବେଳେ ଭିନେଶ ମଧ୍ୟ ନିରାଶ ହୋଇଥିଲେ। ଅନ୍ତତଃପକ୍ଷେ ତାଙ୍କୁ ରୌପ୍ୟ ପଦକ ଦିଆଯିବା ଉଚିତ ବୋଲି ଭିନେସ୍‌ ଫୋଗେଟ କୋର୍ଟ ଅଫ ଆର୍ବିଟ୍ରେସନ ଫର୍‌ ସ୍ପୋର୍ଟସ (ସିଏସଏ)ରେ ଆବେଦନ କରିଥିଲେ। ସିଏସଏ ତାଙ୍କ ଆବେଦନକୁ ଗ୍ରହଣ କରିଛି। ତେବେ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଏପର୍ଯ୍ୟନ୍ତ ଆସି ନାହିଁ।
ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରୁ ଭିନେଶ ଫୋଗଟଙ୍କ ଅଯୋଗ୍ୟତା ପରେ ରେସଲିଂ ଫେଡେରେସନ ଅଫ ଇଣ୍ଡିଆ (ଡବ୍ଲୁଏଫଆଇ) ୟୁନାଇଟେଡ ୱାଲର୍‌ଡ ରେସଲିଂ (ୟୁଡବ୍ଲ୍ୟୁଡବ୍ଲ୍ୟୁ)କୁ ଦାବି କରିଥିଲା ଯେ, ଭିନେଶଙ୍କୁ କିଛି ସମୟ ଦିଆଯାଉ। କିନ୍ତୁ ୟୁଡବ୍ଲ୍ୟୁଡବ୍ଲ୍ୟୁ ଆବେଦନ ସତ୍ତ୍ୱେ ଭିନେଶଙ୍କ ଅଯୋଗ୍ୟତା ପ୍ରତ୍ୟାହାର କରାଯିବ ନାହିଁ ବୋଲି ସ୍ପଷ୍ଟ କରିଥିଲା।
ଭିନେଶ ଫୋଗଟ ଅଯୋଗ୍ୟ ଘୋଷିତ ହେବା ପରେ ଗୁରୁବାର ସକାଳୁ ଅବସର ଘୋଷଣା କରିଛନ୍ତି। ସେ ତାଙ୍କ ପୋଷ୍ଟ ରେ ଲେଖିଛନ୍ତି, ମା’ କୁସ୍ତି ମୋଠାରୁ ଜିତିଗଲା, ମୁଁ ହାରିଗଲି, ମୋତେ କ୍ଷମା କରିବ, ତୁମର ସ୍ବପ୍ନ, ମୋର ସାହସ ସବୁ ଭାଙ୍ଗିଗଲା, ମୋର ଆଉ ଅଧିକ ଶକ୍ତି ନାହିଁ।

Share