କଟକ ଅଫିସ,୧୧ା୧୦: ଅକ୍ଟୋବର ମାସକୁ ସ୍ତନ କର୍କଟ ସଚେତନତା ମାସ ଭାବେ ପାଳନ କରାଯାଏ। ଏହି ପରିପ୍ରେକ୍ଷୀରେ ରୋଟାରୀ କ୍ଲବ ଅଫ୍ କଟକ ଗୋଲ୍ଡେନ ଷ୍ଟାର୍, ରୋଟାରୀ କ୍ଲବ ଅଫ୍ କଟକ ମହାନଦୀ ଏବଂ ଆଓ୍ବେକେନ ସାମାଜିକ ସଂଗଠନ ମିଳିତ ଭାବେ ଏକ ସାଇକେଲ ରାଲିର ଆୟୋଜନ କରିଥିଲେ। କୋଭିଡ୍ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଇ ୨୫ ଜଣ ସଦସ୍ୟ ଡିୟର ପାର୍କ ନିକଟରୁ ସକାଳ ୬.୧୫ରେ ସାଇକେଲରେ ବାହାରି କିଲା ପଡ଼ିଆ ପର୍ଯ୍ୟନ୍ତ ଯାତ୍ରା କରିଥିଲେ। ସାଇକେଲ ରାଲି କରି ଏହି ସଂଗଠନ ପ୍ରଦୂଷଣ ମୁକ୍ତ ସମାଜ ତଥା ସ୍ତନ କର୍କଟ ପାଇଁ ସଚେତନତା ବାର୍ତ୍ତା ସମାଜକୁ ଦେଇଛନ୍ତି। ସ୍ତନ କର୍କଟ ପ୍ରତି ଲୋକଙ୍କ ମନରେ ଥିବା ଭୟ ଏବଂ ହେୟ ଜ୍ଞାନକୁ ଦୂର କରିବା ଏହି ରାଲିର ମୂଳ ଲକ୍ଷ୍ୟ ଥିଲା।
ଏଥିରେ ମୁଖ୍ୟ ଅତିଥି ଭାବେ ସୁପରିଚିତ କର୍କଟ ରୋଗ ବିଶେଷଜ୍ଞ କ୍ଷିତିଶ ଚନ୍ଦ୍ର ମିଶ୍ର ଏବଂ ରୋଟାରୀ କ୍ଲବର ଜିଲା ସଭାପତି (ଡିଜି) ଆଇନଜୀବୀ ସୌମ୍ୟ ରଞ୍ଜନ ମିଶ୍ର ଯୋଗ ଦେବା ସହ ଡା. ମିଶ୍ର ସ୍ତନ କର୍କଟ ବିଷୟରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ।