ସଂସଦରେ ଶିଶୁକୁ ସ୍ତନ୍ୟପାନ କରାଇଲେ

ଇଟାଲୀ ପାର୍ଲାମେଣ୍ଟରେ ଏମ୍‌ପି ଗିଲ୍‌ଡା ସ୍ପୋର୍ଟିଏଲ୍ଲୋ ନିଜ ଶିଶୁପୁତ୍ର ଫେଡେରିକୋକୁ ସ୍ତନ୍ୟପାନ କରାଇ ଚର୍ଚ୍ଚାକୁ ଆସିଛନ୍ତି। ଚ୍ୟାମ୍ବର ଅଫ୍‌ ଡେପୁଟିଜ୍‌ରେ ନିଜ ପିଲାକୁ କ୍ଷୀର ପିଆଉଥିବାବେଳେ ସବୁ ଦଳର ଏମ୍‌ପିମାନେ ତାଳିମାରି ତାଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟ ଦେଶରେ ପୂର୍ବରୁ ଏପରି ଘଟଣା ଦେଖିବାକୁ ମିଳିଥାଇପାରେ। କିନ୍ତୁ ପୁରୁଷ ପ୍ରଧାନ ଇଟାଲୀ ସଂସଦରେ ଏହା ହେଉଛି ପ୍ରଥମ ଘଟଣା। ପ୍ରକାଶ ଯେ, କୌଣସି ମହିଳା ଏମ୍‌ପି ନିଜ ପିଲାଙ୍କୁ ପାର୍ଲାମେଣ୍ଟକୁ ଆଣିପାରିବେ ଏବଂ ସ୍ତନ୍ୟପାନ କରାଇପାରିବେ ବୋଲି ଗତବର୍ଷ ଇଟାଲୀରେ ନୂଆ ନିୟମ କରାଯାଇଥିଲା।

Share