ପଶ୍ଚିମ ଏସିଆରେ ବଢୁଥିବା ବିବାଦ ମଧ୍ୟରେ ବୃଦ୍ଧି ପାଇଲା ଅଶୋଧିତ ତୈଳ ଦର, ୯୩ ଡଲାରରେ ପହଞ୍ଚିଲା ପ୍ରତି ବ୍ୟାରେଲ

ନୂଆଦିଲ୍ଲୀ ୧୮।୧୦: ପଶ୍ଚିମ ଏସିଆରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଭୀଷଣ ରୂପ ନେବାରେ ଲାଗିଛି। ଏଭଳି ସ୍ଥିତିରେ ବଢୁଥିବା ବିବାଦକୁ ନଜରରେ ରଖି ବିଶ୍ୱ ବଜାରରେ ଅଶୋଧିତ ତୈଳର ମୂଲ୍ୟ ପ୍ରତି ବ୍ୟାରେଲ ୩.୩୬ ପ୍ରତିଶତ ବୃଧି ପାଇଁ ୯୩ ଡଲାରରେ ପହଞ୍ଚିଛି।

ଗାଜାର ହସପିଟାଲରେ ବିସ୍ପୋରଣ ପରେ ପଶ୍ଚିମ ଏସିଆ ଏବଂ ସମ୍ପୂର୍ଣ୍ଣ ମଧ୍ୟପ୍ରାଚ୍ୟରେ ସଙ୍କଟ ବୃଦ୍ଧି ପାଇଛି। ବର୍ତ୍ତମାନ ଏହି ଆଶଙ୍କା ବଢି ଯାଇଛି ଯେ, ଏହି ଯୁଦ୍ଧ ଇସ୍ରାଏଲ ଏବଂ ହମାସ ଠାରୁ ଆରବ ଦେଶ ଆଡକୁ ବ୍ୟାପିପାରେ। ଯେଉଁଥିପାଇଁ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ପାଉଛି।

ତେବେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ଭାରତ ପାଇଁ ସମସ୍ୟା ସୃଷ୍ଟି କରିପାରେ। ଭାରତ ଏହାର ଆବଶ୍ୟକ ଇନ୍ଧନର ୮୦ ପ୍ରତିଶତ ଆମଦନୀ ଦ୍ୱାରା ଭରଣା କରିଥାଏ। ବର୍ତ୍ତମାନ ଭାରତୀୟ ଟଙ୍କା ଗୋଟେ ପଟେ ଡଲାର ତୁଳନାରେ ଦୁର୍ବଳ ହୋଇ ୮୩.୨୭ ଟଙ୍କାରେ ପହଞ୍ଚିଥିବା ବେଳେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ସରକାରୀ ତୈଳ କମ୍ପାନୀ ଗୁଡିକୁ ବଡ ଝଟକା ଲାଗିପାରେ। କାରଣ ଏବେ ଭାରତୀୟ କମ୍ପାନୀ ଗୁଡିକୁ ଅଧିକ ଟଙ୍କା ବ୍ୟୟ କରିବାକୁ ପଡ଼ିବ।

Share