ବିଆରଆଇ ବିବାଦ ବେଳେ ଚାଇନାକୁ ଗସ୍ତ କରିବେ ପ୍ରଚଣ୍ଡ

କାଠମାଣ୍ଡୁ,୧୨।୯: ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ ଚଳିତ ମାସ ୨୩ରେ ଚାଇନା ଗସ୍ତ କରିବେ। ବେଲ୍ଟ ଏବଂ ରୋଡ ପ୍ରୋଜେକ୍ଟ (ବିଆରଆଇ)କୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ଚାଲିଥିବାବେଳେ ପ୍ରଚଣ୍ଡ ଚାଇନା ଗସ୍ତ କରିବା ସବୁ ଦେଶକୁ ଦ୍ୱନ୍ଦରେ ପକାଇଛି। କୁହାଯାଉଛି କି, ପ୍ରଚଣ୍ଡ ଚାଇନା ଗସ୍ତ ସମୟରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ବିଆରଆଇକୁ ନେଇ ଆଲୋଚନା କରିବେ। ବର୍ତ୍ତମାନ ଚାଇନା ବିଆରଆଇର ୧୦ ବର୍ଷ ପୂର୍ତ୍ତିକୁ ନେଇ ବିଶ୍ୱର ୯୦ଟି ଦେଶ ସହ ଶକ୍ତି ପ୍ରଦର୍ଶନ କରିବାକୁ ଯାଉଛି। ତେବେ ପ୍ରଚଣ୍ଡଙ୍କ ନେପାଳ ଗସ୍ତକୁ ଭାରତ ଓ ଆମେରିକା ନଜର ରଖିଛନ୍ତି।

ସୂଚନାଯୋଗ୍ୟ, ୬ବର୍ଷ ପୂର୍ବେ ନେପାଳ ଓ ଚାଇନା ମଧ୍ୟରେ ବିଆରଆଇ ନେଇ ଏକ ଚୁକ୍ତି ସ୍ବାକ୍ଷର ହୋଇଥିଲା, କିନ୍ତୁ ଏପର୍ଯ୍ୟନ୍ତ ଗୋଟିଏ ବି ପ୍ରକଳ୍ପ ଆରମ୍ଭ ହୋଇନାହିଁ। ଚାଇନା ଦାବି କରିଛି ଯେ ବିଆରଆଇର ପ୍ରୋଜେକ୍ଟ ଅନୁଯାୟୀ ନେପାଳର ପୋଖରା ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ହୋଇଛି । କିନ୍ତୁ ନେପାଳର ବୈଦେଶିକ ମନ୍ତ୍ରୀ ଏନପି ସାଉଦ ସ୍ପଷ୍ଟ କରିଛନ୍ତି ଯେ, ଦେଶରେ ଏପର୍ଯ୍ୟନ୍ତ ଗୋଟିଏ ବିଆରଆଇ ଯୋଜନା ଆରମ୍ଭ ହୋଇନାହିଁ। ନେପାଳର ବୈଦେଶିକ ମନ୍ତ୍ରୀଙ୍କ ଏହି ଘୋଷଣା ଚାଇନାକୁ ନାରାଜ କରିଛି। ସେହିପରି କାଠମାଣ୍ଡୁରେ ଚାଇନାର ରାଷ୍ଟ୍ରଦୂତ ଭାରତ ବିରୋଧରେ ବିଷ ଓଗାଳୁଛନ୍ତି। ସେ ଭାରତନ-ନେପାଳ ସମ୍ପର୍କକୁ ନିଶାଣ କରିଛନ୍ତି।

Share