Categories: ଖେଳ

Video: କମେଣ୍ଟ୍ରି ବକ୍ସରେ ହଠାତ୍‌ କାନ୍ଦିବାକୁ ଲାଗିଲେ ଭେଟେରାନ୍‌ ବ୍ରାଏନ୍‌ ଲାରା, ବୁଝାଇଲେ ଗିଲକ୍ରିଷ୍ଟ; କାରଣ ଜାଣିଲେ…

ଗାବା,୨୮।୧: ଇତିହାସ ରଚିଛି ଓ୍ବେଷ୍ଟଇଣ୍ଡିଜ୍‌ ଟିମ୍‌। ଅଷ୍ଟ୍ରେଲିଆ ବିପକ୍ଷରେ ଗାବାରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଦଳ ରୋମାଞ୍ଚକର ମୁକାବିଲାରେ ଅଷ୍ଟ୍ରେଲିଆକୁ ୮ରନ୍‌ରେ ପରାଜିତ କରିଛି। ଅଷ୍ଟ୍ରେଲିଆକୁ ଘରୋଇ ମାଟିରେ ପରାସ୍ତ କରିବାର ହିରୋ ଶାମର ଜୋସେଫ ଏକାକି ୭ ଉଇକେଟ ନେଇଥିଲେ। ତେବେ ଏହି ବିଜୟ ଦଳ ପାଇଁ କେତେ ଗୁରୁତ୍ୱ ବହନ କରୁଛି ତାହା କମେଣ୍ଟ୍ରି ବକ୍ସରେ ଉପସ୍ଥିତ ଥିବା ଭେଟେରାନ ବ୍ୟାଟ୍ସମ୍ୟାନ୍‌ ବ୍ରାଏନ ଲାରାଙ୍କ ଲୁହ ହିଁ କହୁଥିଲା। ଏବେ ଏହାର ଭିଡିଓ ଭାଇରାଲ ହେଉଛି।

ଶାମର ଜୋସେଫ ଜୋସ ହେଜଲଉଡ୍‌ ଭାବେ ଅଷ୍ଟ୍ରେଲିଆର ଶେଷ ଉଇକେଟ ନେବା ପରେ ଓ୍ବେଷ୍ଟଇଣ୍ଡିଜ ଖେଳାଳି ମଇଦାନରେ ଏଣେତେଣେ ଦୌଡ଼ିବାକୁ ଲାଗିଥିଲା। ଠିକ୍‌ ଏହି ସମୟରେ କମେଣ୍ଟ୍ରି ବକ୍ସରେ ଉପସ୍ଥିତ ଥିବା ଲାରାଙ୍କ ଆଖିରେ ଲୁହ ଆସିଯାଇଥିଲା। ତାଙ୍କୁ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍‌ ଆଡାମ ଗିଲକ୍ରିଷ୍ଟ କୋଳାଗ୍ରତ କରୁଥିବା ନଜର ଆସିଥିଲା। ଏବେ ଏହି ମୂହୁର୍ତ୍ତର ଫଟୋ ବେଶ ଭାଇରାଲ ହେଉଛି। ଯେଉଁଠି କ୍ରିକେଟ ପ୍ରଶଂସକମାନେ ଭଳିକି ଭଳି ପ୍ରତିକ୍ରିୟା ଦେଉଛନ୍ତି।

କହିରଖୁଛୁ,ଓ୍ବେଷ୍ଟଇଣ୍ଡିଜ୍‌ ଗାବା ଟେଷ୍ଟରେ ଅଷ୍ଟ୍ରେଲିଆ ସମ୍ମୁଖରେ ୨୧୬ରନ୍‌ର ବିଜୟଲକ୍ଷ୍ୟ ରଖିଥିଲା। ଅଷ୍ଟ୍ରେଲିଆର ଶକ୍ତିକୁ ଦେଖିଲେ ଏହା ସହଜ ବୋଲି କୁହାଯାଉଥିଲା। ହେଲେ ଚମତ୍କାର ବୋଲିଂ ଯୋଗୁ ବିରୋଧୀ ଦଳ ୨୦୭ରେ ଅଲଆଉଟ୍‌ ହୋଇଥିଲେ। ଫଳରେ ୮ ରନ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ବିଜେତା ହୋଇଛି। ଏହା ଦଳ ଲାଗି ୩ ଦଶକ ପରେ ଅଷ୍ଟ୍ରେଲିଆରେ ମିଳିଥିବା ପ୍ରଥମ ବିଜୟ ପାଲଟିଛି।

Share