ବ୍ରହ୍ମପୁର ଅଫିସ,୨୬।୬: ଚାକିରି ଜୀବନ ଆରମ୍ଭ ନ ହେଉଣୁ ଲାଞ୍ଚ ନେଇ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଥିଲେ ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନାରେ ତାଲିମ ନେଉଥିବା ଏସ୍ଆଇ ସିଦ୍ଧାର୍ଥ କୁମାର ଗୌଡ଼। ତେବେ ଶୁକ୍ରବାର ଜାମିନ ଆବେଦନ ଖାରଜ ହେବାରୁ ସିଦ୍ଧାର୍ଥଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।
ସୂଚନାଯୋଗ୍ୟ, ଥାନାରେ କାର୍ଯ୍ୟରତ ଥିବା କ୍ୟାଡେଟ ଏସ୍ଆଇ ଗୌଡ଼ ଏକ ଝଗଡା ଘଟଣାର ସମାଧାନ ପାଇଁ ଉକ୍ତ ଥାନା ଅନ୍ତର୍ଗତ ଜଗନ୍ନାଥପାଟଣା ପଞ୍ଚାୟତର ରାଉତି ଗ୍ରାମର ପି. ରାଜା ସେନାପତିଙ୍କ ଠାରୁ ଗୁରୁବାର ୩ ହଜାର ଟଙ୍କା ଲାଞ୍ଚ ନେଇଥିବା ବେଳେ ଭିଜିଲାନ୍ସ ଜାଲରେ ଧରା ପଡ଼ିଥିଲେ ।