ଲାଞ୍ଚ ଭାଗବଣ୍ଟା ଭିଡିଓ ଭାଇରାଲ: ୨ ଯନ୍ତ୍ରୀ ସସ୍‌ପେଣ୍ଡ

ନୂଆପଡ଼ା ଅଫିସ,୧୯।୭: ନୂଆପଡ଼ା ଜିଲା ସିନାପାଲି ବ୍ଲକରେ ଲାଞ୍ଚ ଟଙ୍କା ଭାଗବଣ୍ଟାର ଏକ ଭିଡିଓ ଭାଇରାଲ ହୋଇଥିଲା। ଏନେଇ ଜିଲାପାଳ ସ୍ବାଧାଦେବ ସିଂ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଉପଜିଲାପାଳ ତରଣିସେନ ନାଏକ ଏବଂ ଜିଲା ପଞ୍ଚାୟତ ଅଧିକାରୀ ବିବେକାନନ୍ଦ ମହାନନ୍ଦ ସିନାପାଲି ବ୍ଳକ କାର୍ଯ୍ୟାଳୟରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ତଦନ୍ତ ପରେ ଅଧିକାରୀ ଦ୍ୱୟ ଏକ ରିପୋର୍ଟ ଜିଲାପାଳଙ୍କୁ ପ୍ରଦାନ କରିଥିଲେ। ସମ୍ପୃକ୍ତ ରିପୋର୍ଟକୁ ଭିତ୍ତି କରି ଜିଲାପାଳ ସିନାପାଲି ବ୍ଲକରେ କାର୍ଯ୍ୟରତ ୨ ଜଣ ଯନ୍ତ୍ରୀ ନାରାୟଣ ସାହୁ ଓ ଉପେନ୍ଦ୍ର ତିହାଡିଙ୍କୁ ନିଳମ୍ବନ କରିଛନ୍ତି। ଆଗକୁ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲାପାଳ କହିଛନ୍ତି।

Share