ଚାଷୀଙ୍କଠାରୁ ନେଉଥିଲେ ଲାଞ୍ଚ: ବନ୍ଧା ହେଲେ ଆର୍‌ଆଇ

ନୂଆପଡା ଅଫିସ/ଖଡିଆଳ,୪ା୭-ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ୍‌ ତୁକୁଲା ଆରଆଇ ଦୀନମଣି ରାଉତରାୟ ଲାଞ୍ଚ ନେଇ ଶନିବାର ସନ୍ଧ୍ୟାରେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ବାଲିଘାଟ କରାଇଦେବାକୁ ସେ ଜଣେ ଚାଷୀଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଅଧିକାରୀ ଧରିଛନ୍ତି। ନୂଆପଡା ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଏକ ଟିମ୍‌ ପୂର୍ବ ଯୋଜନାନୁଯାୟୀ ତୁକୁଲା ଆରଆଇ କାର୍ଯ୍ୟାଳୟରେ ଚଢାଉ କରିଥିଲେ। ଅଭିଯୋଗକାରୀ ଖଇରଭାଡି ଗାଁର ଯୁଗଳ କିଶୋର ଠେଲାଙ୍କଠାରୁ ସେ ଟଙ୍କା ନେବାବେଳକୁ ଭିଜିଲାନ୍ସ ଟିମ୍‌ ଧରିଥିଲା। ସୂଚନାଯୋଗ୍ୟ, ୨୦ ହଜାର ଟଙ୍କା ନେବାକୁ ଚୁକ୍ତି ହୋଇଥିଲା। ଏହାକୁ ନେଇ ଅଭିଯୋଗକାରୀ ସତ୍ୟବାନ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।