Advertisement

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଉତ୍କୋଚ ଦାବି

ଖୋର୍ଦ୍ଧା ଅଫିସ,୨୭।୭କରୋନା ଲକ୍‌ଡାଉନ ଯୋଗୁ ବାହାର ରାଜ୍ୟରୁ ପ୍ରବାସୀଙ୍କୁ ସରକାର ଫେରାଇ ଆଣି କ୍ୱାରାଣ୍ଟାଇନ୍‌ରେ ରଖାଉଛନ୍ତି। ଏଥିଲାଗି ବିଭିନ୍ନ ବ୍ୟବସ୍ଥା କରିଛନ୍ତି। ତେବେ ଖୋର୍ଦ୍ଧା ଜିଲା ଚିଲିକା ବ୍ଲକର ଏକ ରାଣ୍ଟାଇନ୍‌ ସେଣ୍ଟରରେ ରହୁଥିବା ପ୍ରବାସୀଙ୍କଠାରୁ ଟଙ୍କା ଆଦାୟ କରାଯାଉଥିବା ନେଇ ଏକ ଭିଡିଓ ସୋସିଆଲ୍‌ ମିଡ଼ିିଆରେ ଭାଇରାଲ୍‌ ହୋଇଛି।
ସମ୍ପୃକ୍ତ ବିଦେଶ ଫେରନ୍ତାଙ୍କଠାରୁ ଜନୈକ ସରକାରୀ କର୍ମଚାରୀ କାଲ୍‌କୁଲେଟରରେ ହିସାବ କରି ଦୈନିକ ହିସାବରେ ୧୪ ଦିନ ଲାଗି ୨ହଜାରୁ ୨୫ଶହ ଟଙ୍କା ପର୍ଯ୍ୟନ୍ତ ଉତ୍କୋଚ ଦାବି କରୁଥିବା ଦେଖିବାକୁ ମିଳିଛି। ସରକାରଙ୍କ ପକ୍ଷରୁ ମାଗଣା ରହିବା ବ୍ୟବସ୍ଥା ଥିବା ପ୍ରବାସୀ କହୁଥିବାବେଳେ ତାଙ୍କୁ ସମ୍ପୃକ୍ତ ଅଧିକାରୀ ନାଲି ଆଖି ଦେଖାଇ ଜୋର ଜବରଦସ୍ତ ଟଙ୍କା ଦାବି କରୁଥିବା ଦୃଶ୍ୟ ଭାଇରାଲ ଭିଡିଓରେ ରହିଛି। ଏ ନେଇ ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ ରାଉତରାୟ କହିଛନ୍ତି, ଭାଇରାଲ ହୋଇଥିବା ଭିଡିଓ ଯାଞ୍ଚ କରାଯିବ। ଘଟଣାର ତଦନ୍ତ ଲାଗି ଏପିଡିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କ୍ୱାରାଣ୍ଟାଇନ ସେଣ୍ଟରରେ କେବଳ ବାହାର ରାଜ୍ୟର ପ୍ରବାସୀଙ୍କ ରହିବା ବ୍ୟବସ୍ଥା ରହିଛି। ବିଦେଶ ଫେରନ୍ତାଙ୍କୁ ହୋମ୍‌ କ୍ବାରାଣ୍ଟାଇନରେ ରହିବା ଲାଗି ନିର୍ଦ୍ଦେଶ ରହିଛି। କୌଣସି ସ୍ଥାନରେ ବିଦେଶ ଫେରନ୍ତା ନିଜସ୍ବ ବ୍ୟବସ୍ଥାରେ ରହିବାକୁ ଅସମର୍ଥ ପ୍ରକାଶ କଲେ ତାଙ୍କୁ କ୍ୱାରାଣ୍ଟାଇନ୍‌ରେ ରହିବା ଲାଗି ବ୍ୟବସ୍ଥା କରାଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share