ଯୁଦ୍ଧ ସମୟରେ ଲାଞ୍ଚ ନେବା ଦେଶଦ୍ରୋହ, ସେନାର ସମସ୍ତ ପ୍ରମୁଖ ବରଖାସ୍ତ: ୟୁକ୍ରେନ୍‌ର କଠୋର ପଦକ୍ଷେପ…

କିଭ,୧୨।୮ : ୟୁକ୍ରେନର ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କି ଦୁର୍ନୀତି ବିରୋଧରେ ଏକ କଠୋର ପଦକ୍ଷେପ ନେଇଛନ୍ତି। ସେ ୟୁକ୍ରେନର ଆଞ୍ଚଳିକ ସେନା ନିଯୁକ୍ତି କେନ୍ଦ୍ରର ସମସ୍ତ ମୁଖ୍ୟଙ୍କୁ ବରଖାସ୍ତ କରିଛନ୍ତି। ଜେଲେନସ୍କି ତାଙ୍କ ଘୋଷଣାରେ ଏହି ଲୋକଙ୍କୁ ବରଖାସ୍ତ ବିଷୟରେ କହିଛନ୍ତି। ଜାତୀୟ ଅନୁସନ୍ଧାନ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ ୟୁକ୍ରେନର ଏସବୁ ଅଧିକାରୀ ଯୁଦ୍ଧ ସମୟରେ ଦେଶରେ ଲୋକଙ୍କୁ ଲାଞ୍ଚ ନେଇ ବେଆଇନ ନିଯୁକ୍ତି ପ୍ରଦାନ କରିବା ସହ ଦେଶରୁ ଲୋକଙ୍କୁ ପଳାୟନ କରିବାରେ ସହାୟତା କରିଥିଲେ।

ଯୁଦ୍ଧ ସମୟରେ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଦେଶ ଛାଡିବାକୁ ବାରଣ କରାଯାଇଥିଲା, କିନ୍ତୁ ଲୋକଙ୍କୁ ବେଆଇନ ଭାବେ ଦେଶରୁ ବାହାରକୁ ପଠାଯାଇଥିଲା। ଜେଲେନସ୍କି କହିଛନ୍ତି ଲାଞ୍ଚ କାରବାର ସନ୍ଦେହରେ ଡ୍ରାଫ୍ଟ ବୋର୍ଡର ଅଧିକାରୀଙ୍କ ବିରୋଧରେ ୧୧୨ ଟି ମାମଲା ଦାଏର କରାଯାଇଛି। ଯୁଦ୍ଧ ସମୟରେ ସେ ଏହାକୁ ଦୁର୍ନୀତି ବୋଲି କହିଛନ୍ତି। ସେ କହିଛନ୍ତି ଏହି ବ୍ୟବସ୍ଥା ଲୋକମାନଙ୍କ ଦ୍ୱାରା ପରିଚାଳିତ ହେବା ଉଚିତ ଯେଉଁମାନେ ପ୍ରକୃତରେ ଯୁଦ୍ଧ କ’ଣ ଜାଣନ୍ତି ଏବଂ ଏହି ସମୟରେ ଲାଞ୍ଚ କାରବାରକୁ ଦେଶଦ୍ରୋହ କୁହାଯିବ।

Share