ଆବାସ ଯୋଜନାରେ ଲାଞ୍ଚ କାରବାର

ଖଣ୍ଡପଡ଼ା,୨୫।୬(ଅଜୟ କୁମାର ମହାରଣା)ଦାରିଦ୍ର୍ୟର ସୀମାରେଖା ତଳେ ବସବାସ କରୁଥିବା ଜନସାଧାରଣଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଓ ରାଜ୍ୟ ସରକାର ବିଜୁ ପକ୍କାଘର ଯୋଜନାରେ ବାସଗୃହ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି ା ମାତ୍ର ପ୍ରଶାସନିକ ସ୍ଥାଣୁତାର ସୁଯୋଗ ନେଇ କେତେଜଣ ଦୁର୍ନୀତିଗସ୍ତ ପ୍ରଶାସନିକ ଅଧିକାରୀମାନଙ୍କ ସହଭାଗିତାରେ ହିତାଧିକାରୀଙ୍କ ଠାରୁ ଆବାସ ଯୋଜନାରେ ବାସଗୃହ ଯୋଗାଇ ଦେବା ନିମନ୍ତେ ଅର୍ଥ ଦାବି କରାଯାଉଥିବା ଅଭିଯୋଗ ହୋଇଛି ା ଖଣ୍ଡପଡ଼ା ବ୍ଲକ ଅଧୀନ ୨୨ ପଞ୍ଚାୟତରୁ ଆବାସ ଯୋଜନାରେ ଲାଞ୍ଚ ଆଦାୟ ନେଇ ଏକାଧିକ ଅଭିଯୋଗ ବ୍ଳକ ପ୍ରଶାସନ ଓ ଜିଲାପାଳଙ୍କ ନିକଟରେ ବିଭିନ୍ନ ସମୟରେ ପହଞ୍ଚୁଥିଲେ ହେଁ ସେଥିପ୍ରତି ପ୍ରଶାସନ ସେତେଟା ଗୁରୁତ୍ୱ ଦେଉ ନ ଥିବା ଅଭିଯୋଗ ହେଉଛି ା ଖଣ୍ଡପଡ଼ା ବ୍ଳକ ଅଧୀନ କଣ୍ଟିଲୋ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଗ୍ରାମରୋଜଗାର ସେବକ ଆବାସ ଯୋଜନାରେ ଗୃହ ପାଇବାକୁ ଯୋଗ୍ୟ ବିବେଚିତ ମହିଳା ହିତାଧିକାରୀମାନଙ୍କୁ ପଞ୍ଚାୟତ କାର୍ଯ୍ୟାଳୟକୁ ଡ଼ାକି ମୋଟା ଅଙ୍କର ଅର୍ଥ ଦାବି କରୁଥିବା ନେଇ ଅଭିଯୋଗ ହେଉଛି ା
ଏ ସମ୍ପର୍କରେ ଶୁକ୍ରବାର କଣ୍ଟିଲୋ ପଞ୍ଚାୟତ ଅଞ୍ଚଳର ସୀତା ଦଳେଇ, ପଙ୍କଜିନୀ ନାୟକ, ଆରତୀ ସାହୁ, ବୀଣାପାଣି ଶିରୋମଣି, ପ୍ରତିମା ସାହୁ, ସୁଲୋଚନା ଖଟୁଆ, ସବିତା ମହାରଣା, ଦୀପା ସାହୁ ପ୍ରମୁଖଙ୍କ ସମେତ ୧୦ରୁ ଊର୍ଦ୍ଧ୍ୱ ମହିଳା ପୁରୁଷ ଖଣ୍ଡପଡ଼ା ବ୍ଲକକୁ ଯାଇ ବିଡିଓଙ୍କ ପରାମର୍ଶକ୍ରମେ ଗ୍ରାମ ପଞ୍ଚାୟତ ଅଧିକାରୀଙ୍କୁ ସାକ୍ଷାତ କରି ଏ ସମ୍ପର୍କରେ ଅଭିଯୋପତ୍ର ପ୍ରଦାନ କରିଛନ୍ତି ା
ଏ ସମ୍ପର୍କରେ ଜିଲାପାଳ ଓ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଲିଖିତ ଭାବେ ଜଣାଇ ଥିବା ସୂଚନା ମିଳିଛି ା ଏହାଛଡା ସମ୍ପୃକ୍ତ ମହିଳାମାନେ ଅଭିଯୋଗର ସତ୍ୟାସତ୍ୟ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ା ଏ ସମ୍ପର୍କରେ ଭିଏଲଡବ୍ଳ୍ୟୁ ସସ୍ମିତା ବେହେରାଙ୍କୁ ପଚାରିବାରେ ଅଭିଯୋଗର ସତ୍ୟତା ନ ଥିବା କହିଛନ୍ତି ା ଗ୍ରାମ ପଞ୍ଚାୟତ ଅଧିକାରୀ(ଜିପିଓ) ଅମିତ କୁମାର ବଡସେଟଙ୍କ ସହ ଯୋଗାଯୋଗ କରିବାରେ ଆବାସ ଯୋଜନାରେ ପ୍ରସ୍ତୁତ ତାଲିକାଭୁକ୍ତ ହିତାଧିକାରୀମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ବ୍ଳକ ପ୍ରଶାସନ ପକ୍ଷରୁ ଏକାଧିକବାର ତଦନ୍ତ କରାଯାଇ ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି ା ଯେଉଁମାନଙ୍କ ନାମ ତାଲିକରୁ ବାଦ ଦିଆଯାଇଛି ସମ୍ପୃକ୍ତ ବ୍ୟକ୍ତିମାନେ ଅଯଥାରେ ଲାଞ୍ଚ ମାଗୁଥିବା ଆଳକରି ଅଭିଯୋଗ କରୁଥିବା କହିଛନ୍ତି ା
ଅପରପକ୍ଷେ ବିଡିଓ ଅରୁଣୀମା ସାହୁଙ୍କୁ ଏ ସମ୍ପର୍କରେ ଯୋଗାଯୋଗ କରିବାରେ ଅଭିଯୋଗ ସମ୍ପର୍କରେ ସେ ଜାଣି ନ ଥିବା କହିଛନ୍ତି ା ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାରୁ ଯଦି ବାଦ ଦିଆଯାଇଛି, ତେବେ ହିତାଧିକାରୀମାନଙ୍କ ଅଭିଯୋଗ କ୍ରମେ ପୁନର୍ବାର ସର୍ଭେ କରାଯାଇ ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ା
ଉପରୋକ୍ତ ହିତାଧିକାରୀମାନଙ୍କ ଘରକୁ ୫ରୁ ଊର୍ଦ୍ଧ୍ୱ ଥର ବ୍ଳକ ପ୍ରଶାସନ ସହ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ସସ୍ମିତା ବେହେରା, ବ୍ଳକ କନିଷ୍ଠ ଯନ୍ତ୍ରୀ ସୁନୀତା ବେହେରା ପ୍ରମୁଖ ସର୍ଭେ କରି ଚୂଡ଼ାନ୍ତ ହିତାଧିକାରୀ ତାଲିକା ପ୍ରସ୍ତୁତ କରାଯାଇଥିଲା ବୋଲି ଅଭିଯୋଗକାରୀମାନେ ପ୍ରକାଶ କରିଛନ୍ତି ା ଅଧିକାରୀମାନଙ୍କ ଦାବି ମୁତାବକ ଟଙ୍କା ଦେଇ ପାରି ନ ଥିବାରୁ ଆମଙ୍କୁ ବାଦ୍‌ ଦିଆଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ମାରଗୁଡ଼ା ଲୋକ ମହୋତ୍ସବ ଉଦ୍‌ଯାପିତ

ନୂଆପଡ଼ା,୫ା୪(ମକାରୁ ବେମାଲ): ସ୍ଥାନୀୟ ମିନି ଷ୍ଟାଡିୟମରେ ଚାଲିଥିବା ମାରଗୁଡ଼ା ଲୋକ ମହୋତ୍ସବ ଶନିବାର ଉଦ୍‌ଯାପିତ ହୋଇଯାଇଛି। ନୂଆପଡା ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆଙ୍କ...

ମହଙ୍ଗା ପଡ଼ିଲା ପୋଲିସକୁ ପଥର ମାଡ଼

ଥୁଆମୂଳ ରାମପୁର,୫ା୪(ଦୁର୍ଗା କୀର୍ତ୍ତି): ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ କ୍ଷତିପୂରଣ ଦାବିରେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ସମ୍ମୁଖରେ ଶୁକ୍ରବାର ମଧ୍ୟାହ୍ନରୁ...

୭ ରୋଗୀଙ୍କ ଜୀବନ ନେଇଗଲେ ନକଲି ଡାକ୍ତର

ଦମୋହ,୫।୪: ମଧ୍ୟପ୍ରଦେଶର ଦାମୋହ ସହରର ଏକ ଘରୋଇ ମିଶନାରି ହସ୍ପିଟାଲରେ ଜଣେ ନକଲି ଡାକ୍ତର ହୃତ୍‌ପିଣ୍ଡ ଅସ୍ତ୍ରୋପଚାର ବେଳେ ଅନୂ୍ୟନ ୭ ଜଣ ରୋଗୀଙ୍କୁ ମାରିଦେଇଥିବା...

ମଣିପୁର ବିବାଦର ସମାଧାନ ପାଇଁ କେନ୍ଦ୍ରର ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୫।୪: ମଣିପୁର ବିବାଦର ସମାଧାନ କରି ସ୍ଥାୟୀ ଶାନ୍ତି ଆଣିବାର ଉଦ୍ୟମ ସ୍ବରୂପ କେନ୍ଦ୍ର ସରକାର ଶନିବାର ମେଇତି ଏବଂ କୁକି ସମ୍ପ୍ରଦାୟର ପ୍ରତିନିଧିମାନଙ୍କ ସହ...

ଗୋ-ମାଂସ କାଟିବା ବେଳେ ମାଡ଼ି ବସିଲା ପୋଲିସ

ବାଲିଗୁଡ଼ା,୫ା୪(ସଞ୍ଜୟ ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳରେ ଗୋମାଂସ କଟିବା ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରକାଶ ଯେ,...

ଘରୁ ଚୋରି: ପଲିଗ୍ରାଫ ଟେଷ୍ଟରେ ଧରାପଡ଼ିଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୫ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ ଗାଁ ପଞ୍ଚାୟତ ଦାଉଣି ଗ୍ରାମର ଚନ୍ଦ୍ରଶେଖର ପଟ୍ଟନାୟକଙ୍କ ଘର ଗ୍ରିଲ ଭାଙ୍ଗି ଘରୁ ପ୍ରାୟ...

ଟ୍ରେନ ଆଗକୁ ଡେଇଁ ବିଡିଏ କର୍ମଚାରୀଙ୍କ ଆତ୍ମହତ୍ୟା

ବ୍ରହ୍ମପୁର,୫।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ରେ କାର୍ଯ୍ୟରତ ଜଣେ କର୍ମଚାରୀ ଚଳନ୍ତା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ା ସେ ହେଲେ ବ୍ରହ୍ମପୁର...

ଜନ୍ମ ଦିନରେ ବିଧାୟକଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭଞ୍ଜନଗର,୫।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଶନିବାର ଜନ୍ମଦିନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ଏପରିକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image