
ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ)- ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲାଞ୍ଚ ନେଉଥିବା ବେଳେ ମଙ୍ଗଳବାର ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଜ୍ଞାନ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ନୁରା ଓରଫ ନୂପୁର ସେଠ ଏବଂ ତାଙ୍କ ସ୍ବାମୀ ବେଦପ୍ରକାଶ ବିଶ୍ବାଳ ଭିଜିଲାନ୍ସ ଜାଲରେ ପଡିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ପାଇଁ ଜଣେ ହିତାଧିକାରୀ ଯୋଗ୍ୟ ହୋଇଥିବା ସତ୍ତ୍ବେ ପିଇଓ ସେଠ ତାଙ୍କୁ ଲାଞ୍ଚ ମାଗିଥିଲେ। ତେବେ ସେ ତାଙ୍କ ସ୍ବାମୀଙ୍କ ଜରିଆରେ ଲାଞ୍ଚ ବାବଦକୁ ୫ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ମାଡି ବସିଥିଲା । ଲାଞ୍ଚରେ ବ୍ୟବହୃତ ଟଙ୍କା ଜବତ ସହିତ ପିଇଓ ଏବଂ ତାଙ୍କ ସ୍ବାମୀଙ୍କୁ ଅଟକ ରଖି ଭିଜିଲାନ୍ସ ଅଧିକ ତଦନ୍ତ କରୁଛି।