Categories: ଫୁରସତ

ବିବାହ ମଣ୍ଡପକୁ ରିକ୍ସାରେ ଆସିଲେ ବରକନ୍ୟା, ଭାଇରାଲ ହେଉଛି ଭିଡିଓ

ସମସ୍ତେ ନିଜ ନିଜ ବିବାହ ଦିନଟିକୁ ସ୍ବତନ୍ତ୍ର କରିବାକୁ ଚାହିଁଥାନ୍ତି। ଏଥିପାଇଁ କିଏ କେତେ କ’ଣ ବ୍ୟବସ୍ଥା କରିଥାନ୍ତି। କିଏ ଘୋଡ଼ା ଗାଡ଼ି ଚଢ଼ି ଆସନ୍ତି ତ ଆଉ କିଏ କାର୍‌ରେ ଆସିଥାନ୍ତି। ଆଉ କେହି ବିମାନରେ ଆସିଥିବା ମଧ୍ୟ ନଜିର ରହିଛି। କିନ୍ତୁ ଏକ ବରକନ୍ୟା ଏଥର ରିକ୍ସା ଚଢ଼ି ବିବାହ ମଣ୍ଡପକୁ ଆସିଛନ୍ତି। ଏହା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।

ବରକନ୍ୟା ବିବାହକୁ ସ୍ବତନ୍ତ୍ର କରିବା ପାଇଁ ମାସେ ପୂର୍ବରୁ ଯୋଜନା ପ୍ରସ୍ତୁତି କରିଥିଲେ। ବିବାହ ମଣ୍ଡପରେ ପହଞ୍ଚିବା ପରେ ସମ୍ପର୍କୀୟମାନେ ତାଳିମାରି ସ୍ବାଗତ କରିଥିଲେ। ଏହି ସମୟର ଭିଡିଓଟି ଓ୍ବେଡିଙ୍ଗ୍‌ ଷ୍ଟୋରିଜ୍‌ ନାମକ ଇନ୍‌ଷ୍ଟାଗ୍ରାମରେ ଶେୟାର କରାଯାଇଛି। ଯାହା ଖୁବ୍‌ ଭାଇରାଲ ହେବାରେ ଲାଗିଛି।
ଭାଇରାଲ ଭିଡିଓରେ ବର ଏକ ଶେରଓ୍ବାନୀ ପିନ୍ଧି ନିଜେ ରିକ୍ସା ଚଳାଇ ମଣ୍ଡପକୁ ଆସିଥିବା ବେଳେ କନ୍ୟା ରିକ୍ସାରେ ବସି ମଣ୍ଡପକୁ ଆସିଥିଲେ। ଭିଡିଓ ଶେୟାର କରି ଏଥିରେ କ୍ୟାପଶନ ଲେଖାଯାଇଛି, ନିଜ ବିବାହ ମଣ୍ଡପକୁ ଫିଲ୍ମ ଷ୍ଟାଇଲ୍‌ରେ ପ୍ରବେଶ କରିବାର ଏକମାତ୍ର ତାରିକା’। ବର୍ତ୍ତମାନ ସୁଦ୍ଧା ଏହି ଭିଡିଓକୁ ୧୪୦୦୦ରୁ ଅଧିକ ଲୋକ ଦେଖିସାରିଲେଣି।

Share