ବ୍ୟୁଟି ପାର୍ଲରରେ ସଜ ହେଉଥିଲେ କନ୍ୟା, ମୋବାଇଲକୁ ଆସିଲା ବରଙ୍କ ଆଶ୍ଚର୍ଯ୍ୟକର ମେସେଜ୍‌; ପାଦତଳୁ ଖସିଗଲା ମାଟି

ଲକ୍ଷ୍ନୌ,୩୦।୪: ବ୍ୟୁଟି ପାର୍ଲରରେ ଜଣେ କନ୍ୟା ସଜ ହେବାକୁ ଯାଇଥିବା ବେଳେ ଠିକ୍‌ ଏହି ସମୟରେ ବରଙ୍କର ଏକ ମେସେଜ ଆସିଥିଲା। ଯାହା ସମସ୍ତଙ୍କ ହୋସ୍‌ ଉଡ଼ାଇ ଦେଇଥିଲା। ଏଥିରେ ଲେଖାଥିଲା ବିବାହ କ୍ୟାନସେଲ। ଆମେ ବରଯାତ୍ରୀ ନେଇ ଯାଉନାହୁଁ।

ଉତ୍ତରପ୍ରଦେଶର କାନପୁରରୁ ଏପରି ଏକ ଖବର ଆସିଛି। କାନପୁରର ପନକୀ ଥାନା ଅନ୍ତର୍ଗତ କଙ୍ଗାଗଞ୍ଜ କଲୋନୀରେ ରହୁଥିବା ପୁଷ୍ପଲତାଙ୍କର ବିବାହ ମହାରାଜପୁରର କ୍ରାନ୍ତି ସିଂହଙ୍କ ସହ ବିବାହ ୨୮ ଏପ୍ରିଲରେ ହେବାର ଥିଲା। ପୁଷ୍ପଲତା ସାଙ୍ଗମାନଙ୍କ ସହ ପାର୍ଲର ଯାଇଥିଲେ। ଏପଟେ ବରପକ୍ଷ କନ୍ୟାପକ୍ଷଙ୍କୁ ଫୋନ୍‌ କରି ବିବାହ କରିବାକୁ ମନା କରିଛନ୍ତି। ଫଳରେ ମଙ୍ଗୁଳା କନ୍ୟାଙ୍କ ପାଦତଳୁ ମାଟି ଖସିଯାଉଛି। ଏ ସମ୍ପର୍କରେ କନ୍ୟାଙ୍କ ପରିବାର ପକ୍ଷରୁ ପୋଲିସକୁ ସୂଚନା ଦିଆଯାଇଥିଲା। ପୋଲିସ ଘଟଣାର ଯାଞ୍ଚ କରୁଛି।

Share