ବିବାହର ୩ ଦିନ ପୂର୍ବରୁ କନ୍ୟା କରୋନା ପରୀକ୍ଷା କରାଇଥିଲେ। ପରେ ତାଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଥିଲା। ମାତ୍ର ଏହା ସତ୍ତ୍ୱେ ବର, କନ୍ୟା ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ନିକଟତର ନ ହୋଇ କିପର ବିବାହ ହୋଇପାରିବ। ମାତ୍ର ସେମାନେ ବିବାହ କରିଥିଲେ। ବର୍ତ୍ତମାନ ସେମାନଙ୍କ ବିବାହ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
କାଲିଫର୍ନିଆର ଏହି ଦମ୍ପତି ପାଟ୍ରିକ ଡେଲଗାଡୋ ଏବଂ ଲର୍ନ ଜିମେନଜ ଏକ ନିଆରା ଢଙ୍ଗରେ ବିବାହ କରିଥିଲେ। ଏହି ଦମ୍ପତି ନିଜ ବିବାହ ଦିନ ପାଇଁ ସବୁକିଛି ଠିକ୍ କରିଥିଲେ। କିନ୍ତୁ କନ୍ୟା କରୋନା ପଜିଟିଭ୍ ହେବାରୁ ବିବାହ ଅସମ୍ଭବ ହୋଇଗଲା। ତେବେ ଉଭୟ ଧାର୍ଯ୍ୟ କରିଥିବା ଦିନରେ ବିବାହ କଲେ। ଜେସିକା ଜ୍ୟାକସନ ନାମକ ଜଣେ ପେସାଦାର ଫଟୋଗ୍ରାଫର ବିବାହର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି।
ଭାଇରାଲ ଫଟୋରେ, ଆପଣ ଦେଖିପାରିବେ ଯେ କନ୍ୟା ଉପର ଝରକା ପାଖରେ ଏବଂ ବର ତଳେ ଠିଆ ହୋଇଛନ୍ତି। ଦୁହେଁ ପରସ୍ପର ଦଉଡିରେ ବାନ୍ଧି ହୋଇଛନ୍ତି। ପରେ ଉଭୟଙ୍କ ବିବାହ ହୋଇଛି।