Categories: ଜାତୀୟ

ବିବାହର ୫ ଘଣ୍ଟା ପରେ କନ୍ୟାଙ୍କ ହେଲା ମୃତ୍ୟୁ, ସ୍ବାମୀ ଦେଲେ ମୁଖାଗ୍ନି

ବିହାରର ମୁଙ୍ଗେରରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ବେଶ୍‌ ହସଖୁସିରେ ଚାଲିଥିଲା ବିବାହ। ସାତଫେରା ଏବଂ ସିନ୍ଦୁରଦାନ ମଧ୍ୟ ସରିଥିଲା। ପରେ କନ୍ୟାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ତାଙ୍କୁ ଏକ ବେସରକାରୀ ହସ୍ପିଟାଲକୁ ନିଆଯାଇଥିଲା। ମାତ୍ର ନିୟତିର ନୀତି ଅଲଗା ଥିଲା। ସଂସାର କ’ଣ ଜାଣିବା ଆଗରୁ କନ୍ୟା ଆରପାରି ଚାଲିଗଲେ। ବିବାହର ୫ ଘଣ୍ଟା ପରେ କନ୍ୟାଙ୍କ ମୃତ୍ୟୁ ଘଟିଲା। ସ୍ବାମୀ ମୁଖାଗ୍ନି ଦେଇଛନ୍ତି।

ତାରାପୁର ସବ୍‌ଡିଭିଜନ ଅଞ୍ଚଳର ଅଫଜଲ ନଗର ପଞ୍ଚାୟତ ଖୁଦିଆ ଗ୍ରାମରେ ଏକ ବିବାହ ଅନୁଷ୍ଠିତ ହୋଇଥିଲା। ବିବାହର ୫ ଘଣ୍ଟା ପରେ କନ୍ୟାଙ୍କ ମୃତ୍ୟୁ ଘଟିଥିବା ଖବର ପ୍ରଚାରିତ ହୋଇଥିଲା। ଗତ ୮ତାରିଖରେ ଅଫଜର ନଗର ପଞ୍ଚାୟତର ଖୁଦିଆ ଗାଁରେ ରଞ୍ଜନ ଯାଦବଙ୍କ ଝିଅ ନିଶା କୁମାରୀଙ୍କ ବିବାହକୁ ନେଇ ପରିବାର ଲୋକେ ବହୁତ ଖୁସି ଏବଂ ଉତ୍ସାହିତ ଥିଲେ।

ହାବେଳି ଖଡ଼ଗପୁରରର ମହକୋଲା ଗାଁର ସୁରେଶ ଯାଦବଙ୍କ ପୁତ୍ର ରବିଶ ବରଯାତ୍ରୀ ନେଇ ପହଞ୍ଚିଥିଲେ। ନିଶାଙ୍କ ମା’ କୁହନ୍ତି, ଝିଅ ସାତଫେରା ନେଇ ସାରିଥିଲା। ସିନ୍ଦୁର ଦାନ ବି ସରିଥିଲା। ପରେ ଝିଅର ଦେହ ଖରାପ ହେଲା। ଝିଅକୁ ନେଇ ଭାଗଲପୁରର ଏକ ବେସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ବିବାହର କିଛି ଘଣ୍ଟା ମଧ୍ୟରେ କନ୍ୟାଙ୍କ ମୃତ୍ୟୁରେ ସମଗ୍ର ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା।

Share