ବିବାହ ପରେ ବିଦାୟ ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ବିଦାୟ ସମୟରେ କନ୍ୟା କାରର ଡ୍ରାଇଭିଂ ସିଟରେ ବସିଥିବାର ଦେଖିବାକୁ ମିଳୁଛି। ବାରଙ୍କୁ ପାଖରେ ବସାଇ କନ୍ୟା ଶାଶୁଘରେ ପହଞ୍ଚୁଛନ୍ତି।
ବିବାହ ପରେ ବିଦାୟ ସମୟ ଆସୁଛି। ବର ଏବଂ କନ୍ୟା ବାହାରକୁ ଆସି କାରରେ ବସୁଛନ୍ତି। ଏହି ସମୟରେ କନ୍ୟା ଡ୍ରାଇଭିଂ ସିଟ୍ରେ ବସିପଡ଼ୁଛନ୍ତି। ସେ ନିଜେ କାର ଚଲାଇ ଶାଶୁଘରକୁ ଯିବାକୁ ସ୍ଥିର କରୁଛନ୍ତି। ଏହି ସମୟରେ ଲୋକମାନେ କନ୍ୟାକୁ ଡ୍ରାଇଭିଂ ସିଟ୍ରେ ବସାଇବାକୁ ସାହାଯ୍ୟ କରୁଛନ୍ତି। କାରଣ ସେ ବହୁତ ଓଜନର ଲେହେଙ୍ଗା ପିନ୍ଧିଥିଲେ। ଏହି ସମୟରେ ପଛରୁ ଶୁଣିବାକୁ ମିଳୁଛି, ସିଟ୍ ଉପରକୁ କରିଦିଅ। ଏହାଶୁଣି ବର କହୁଛନ୍ତି, ବାପା ସେ ଭଲରେ କାର ଚଲାଇପାରିବ।
ଏହି ଭିଡିଓକୁ ସ୍ନେହା ସିଂହ ଶେୟାର କରି ଲେଖିଛନ୍ତି, ଏହା ପ୍ରକୃତରେ ମଜାଳିଆ ଥିଲା। ସେ ଏହି ଭିଡିଓକୁ ନିର୍ଭୀକ, ଶକ୍ତିଶାଳୀ ଏବଂ ପ୍ରେରଣାଦାୟକ ମହିଳାଙ୍କ ପାଇଁ ଉତ୍ସର୍ଗ କରିଛନ୍ତି।