ଚଣ୍ଡିଗଡ,୨୬।୧: ପଞ୍ଜାବର ମୋଗା ଜିଲାରେ ଏକ ରୋଚକ ଘଟଣା ଘଟିଛି। ବ୍ୟାଣ୍ଡବାଜା ସହ ବର କନ୍ୟା ଘରେ ପହଞ୍ଚିବା ପରେ ସେଠାରେ ଏକ ଅଜବ ପରିସ୍ଥିତି ସୃଷ୍ଟି ହୋଇଥିଲା। କନ୍ୟା ଘରେ ତାଲା ପଡିଥିବା ଦେଖି ବରଘର ପକ୍ଷ କୌଣସି ଉପାୟ ନ ପାଇ ପୋଲିସର ସାହାରା ନେଇଥିଲେ। ସୂଚନାଯୋଗ୍ୟ, ଗୋଟିଏ ମାସ ପୂର୍ବରୁ ବର ହରଜିନ୍ଦର ସିଂଙ୍କ ପରିବାର ଲୋକେ ମୋଗାରେ ଥିବା ରେଡଓ୍ବା ଗାଁରେ ଜଣେ ଯୁବତୀଙ୍କ ସହ ସ୍ଥିର ହୋଇଥିଲା। ବିବାହର ଗୋଟିଏ ଦିନ ପୂର୍ବରୁ କନ୍ୟା ଘର ପକ୍ଷରୁ ଭାର ପଠାଯାଇଥିଲା। ବିବାହ ଦିନ ବରପକ୍ଷ କନ୍ୟା ଘରେ ପହଞ୍ଚିବା ପରେ ତାଙ୍କ ଘର ତାଲା ପଡିଥିଲା। ଏହାଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ପୋଲିସକୁ ଜଣାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନୁରୋଧ କରିଥିଲେ। କନ୍ୟା ଘର ଲୋକଙ୍କୁ ଯୋଗାଯୋଗ ସମ୍ଭବ ହୋଇ ନ ଥିଲା। ହରଜିନ୍ଦର କହିଛନ୍ତି, ପୂର୍ବରୁ କନ୍ୟା ସହ କୋର୍ଟ ମ୍ୟାରେଜ୍ ସରିଥିଲା।