ଆଜିକାଲି ବିବାହରେ କିଛି ଅଲଗା କରିବା ଏକ ଟ୍ରେଣ୍ଡରେ ପରିଣତ ହୋଇଛି। ବର-କନ୍ୟାଙ୍କଠାରୁ ଆରମ୍ଭ କରି ବିବାହ ଶୋଭାଯାତ୍ରା ପର୍ଯ୍ୟନ୍ତ ସବୁକିଛି ଅଲଗା କରିବାକୁ ଚେଷ୍ଟା କରାଯାଉଛି। ଏହି କ୍ରମରେ ରାଜସ୍ଥାନର ଏକ ବିବାହର ଭିଡିଓ ଭାଇରାଲ ହେଉଛି। ଭିଡିଓରେ ବର କୌଣସି କାର୍ କି ବସ୍ ନୁହେଁ ବରଂ ୫୧ ଟ୍ରାକ୍ଟରରେ ୧୫୦ବରଯାତ୍ରୀ ନେଇ କନ୍ୟା ଘରେ ପହଞ୍ଚିଥିଲେ। ଏପରିକି ବର ନିଜେ ଟ୍ରାକ୍ଟର ଚଳାଇଥିଲେ। ଦୀର୍ଘ ୧ କିମି ଯାଏ ଏହି ବିବାହ ଶୋଭାଯାତ୍ରା ବ୍ୟାପିଥିଲା। ଏହି ଦୃଶ୍ୟକୁ ଅନେକ ନିଜ ମୋବାଇଲରେ କଏଦ କରିଥିଲେ।