ସୋସିଆଲ ମିଡିଆରେ ବିବାହର ଅନେକ ମଜାଦାର ଭିଡିଓ ଭାଇରାଲ ହୋଇଥିଲେ। ସେଥିରୁ କିଛି ଚକିତ କରୁଥିଲେ ହେଁ କିଛି ବାରମ୍ବାର ଦେଖିବାକୁ ବାଧ୍ୟ କରିଥାଏ। ବିବାହରେ ହସଖୁସିର ପରିବେଶ ରହିବାଟା ସ୍ବାଭାବିକ କଥା। ଅନେକ ସମୟରେ ବରବଧୂ ନିଜ ବିବାହକୁ ସ୍ବତନ୍ତ୍ର କରିବାକୁ ଯାଇ କିଛି ଅଲଗା କରିବାକୁ ଚେଷ୍ଟା କରିଥାନ୍ତି। ବେଳେବେଳେ ବନ୍ଧୁମାନେ ଚର୍ଚ୍ଚାର କାରଣ ପାଲଟିଥାନ୍ତି। ଏହି କ୍ରମରେ ଏବେ ଭାଇରାଲ ହେଉଛି ଏକ ବିବାହର ସେଭଳି ଏକ ଭିଡିଓ।
ଇନ୍ଷ୍ଟାଗ୍ରାମରେ ‘trending_wedding_couples’ ନାମକ ଆକାଉଣ୍ଟରୁ ଏହି ଭିଡିଓ ଶେୟାର କରାଯାଇଛି। ଭିଡିଓରେ ବରବଧୂଙ୍କ ମଜା ଉଡାଇବାକୁ ଯାଇ ଜଣେ ବ୍ୟକ୍ତି ତାଙ୍କୁ ସମାନ ସମାନ ଉପହାର ଦେଉଛନ୍ତି। ଦ୍ୱିତୀୟ ଥର ସେ ଏକ କାଗଜକୁ ଦୁଇଖଣ୍ଡ କରି ଉଭୟଙ୍କୁ ଦେଉଛନ୍ତି। ଶେଷରେ ସେ କିଛି ଟଙ୍କା ଧରି ଉଡାଇଦେଉଥିବା ଦେଖାଯାଇଛି। ଏହାକୁ ଦେଖି ଲୋକମାନେ ହସ ରୋକିପାରୁ ନ ଥିବା କହିଛନ୍ତି। କିଛି କିଛି ବରବଧୂଙ୍କ ମୁହଁ ଶୁଖି ଯାଇଥିବା କହୁଛନ୍ତି।