ନୂଆଦିଲ୍ଲୀ: ବିବାହ ସମସ୍ତଙ୍କ ଜୀବନର ଖାସ୍ ଦିନ ଭିତରୁ ଗୋଟିଏ। ସେଥିରୁ କିଛି ଯୋଡ଼ି ସବୁକିଛି ଠିକ୍ ଭାବେ ହୋଇଯାଉ ବୋଲି ଚିନ୍ତାରେ ରହୁଥିବା ବେଳେ କିଛି ଯୋଡ଼ି ବେଶ୍ ଉତ୍ସାହିତ ଥାନ୍ତି। ନିଜର ଭବିଷ୍ୟତ ପାଇଁ ସ୍ବପ୍ନ ଦେଖିଥାନ୍ତି। ଏଭଳି ଏକ ଭିଡ଼ିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି।
ଭିଡିଓରେ ଏକ ବରକନ୍ୟାଙ୍କୁ ବିବାହ ନିମନ୍ତେ ବସିଥିବା ଦେଖାଯାଉଛି। ଯେତେବେଳେ ବର ‘କବୁଲ ହୈ’ କହୁଛନ୍ତି ସେତେବେଳେ ବଧୂ ଖୁସିରେ ନାଚି ଉଠି ତାଳି ବଜାଇବାରେ ଲାଗୁଛନ୍ତି। କେବଳ ସେତିକିରେ କଥା ସରୁନାହିଁ। ବଧୂଜଣଙ୍କ ଅତିଥିଙ୍କ ଗହଣରେ ବରଙ୍କୁ କୁଣ୍ଢାଇ ଚୁମ୍ବନ ଦେଇଦେଉଛନ୍ତି। ଏହାଦେଖି ସମସ୍ତେ ଚକିତ ହୋଇଯାଉଛନ୍ତି। ହେଲେ ପରବର୍ତ୍ତୀ ସମୟରେ ସମସ୍ତେ ଖୁସି ହେବା ସହ ତାଳି ବଜାଉଥିବା ନଜର ଆସୁଛି।
ଇନ୍ଷ୍ଟାଗ୍ରାମରେ ଭିଡିଓଟି ଭାଇରାଲ ହେଉଥିବା ବେଳେ ଏଯାବତ ଏହାକୁ ୩୦ହଜାରରୁ ଅଧିକ ଲୋକ ଦେଖି ସାରିଲେଣି। ସମସ୍ତେ ନବବିବାହିତଙ୍କୁ ଶୁଭେଚ୍ଛା ଜଣାଇବା ସହ ବଧୂଙ୍କ ଖୁସିକୁ ନଜର ନ ଲାଗୁ ବୋଲି କହୁଛନ୍ତି।