Categories: ଫୁରସତ

ବିବାହର ୭ ଘଣ୍ଟା ପରେ ବରଙ୍କୁ ଛାଡ଼ିଦେଲେ କନ୍ୟା, କହିଲେ ମୁଁ ଥକ୍କି ଯାଇଛି…

କୁହାଯାଏ, ବିବାହ ସାତ ଜନ୍ମ ପାଇଁ। ମାତ୍ର ଜଣେ କନ୍ୟା ବିବାହର ୭ ଘଣ୍ଟା ମଧ୍ୟରେ ବରଙ୍କ ସହ ସମ୍ପର୍କ ଛିନ୍ନ କରିଛନ୍ତି। ଏପରି ଅଜବ ଘଟଣା କାନପୁରରେ ଦେଖିବାକୁ ମିଳିଛି। ଏହାର କାରଣ ହେଉଛି ବାପଘରଠାରୁ ଶାଶୁଘର ବହୁ ଦୂର।

ରାଜସ୍ଥାନର ବିକାନେର ବାସିନ୍ଦା ରବିଙ୍କ ବିବାହ ବନାରସର ବୈଷ୍ଣବୀଙ୍କ ସହ ସ୍ଥିର ହୋଇଥିଲା। ଉଭୟଙ୍କର କୋର୍ଟ ମ୍ୟାରେଜ ହୋଇଥିଲା। ରବି ତାଙ୍କର କିଛି ସମ୍ପର୍କୀୟଙ୍କ ସହ ରାଜସ୍ଥାନରୁ ବନାରସରେ ପହଞ୍ଚି ସେଠାରେ  ବୈଷ୍ଣବୀଙ୍କ ସମ୍ପର୍କୀୟଙ୍କ ସହ କୋର୍ଟରେ ବିବାହ କରିଥିଲେ। ଏହା ପରେ ସେ ବୈଷ୍ଣବୀଙ୍କ ସହ  ରାଜସ୍ଥାନକୁ ଫେରୁଥିଲେ। ପ୍ରାୟ ୭ ଘଣ୍ଟା ଦୂରତା ଅତିକ୍ରମ କରିବା ପରେ, ସେ ଚା ’ଏବଂ ଜଳଖିଆ ଖାଇବା ପାଇଁ କାନପୁରର ସରସୋଲ୍‌ରେ ତାଙ୍କ କାରକୁ ଅଟକାଇଲେ। ଏହି ସମୟରେ ବୈଷ୍ଣବୀ କାର୍‌ରୁ ଓହ୍ଲାଇ ଥକ୍କି ଯାଇଥିବା କହିଥିଲେ।

ସେ ରାଜପଥ ପାର୍ଶ୍ୱରେ ପାର୍କିଂ ହୋଇଥିବା କାର୍‌ର ଚାଳକମାନଙ୍କୁ ଜବରଦସ୍ତି ନେଇଯିବା ପାଇଁ କହିଥିଲେ। ଏହା ପରେ ପିଆର୍‌ବି ସମସ୍ତଙ୍କୁ ଥାନାକୁ ଆଣିଥିଲା। ଯେଉଁଠାରେ ରବି କୋର୍ଟର ଦଲିଲ ଦେଖାଇ କହିଥିଲେ ଯେ, ସେ ବୈଷ୍ଣବୀଙ୍କୁ ବିବାହ କରିଛନ୍ତି। ଅନ୍ୟପକ୍ଷରେ ବୈଷ୍ଣବୀଙ୍କ ପରିବାର ସହ କଥା ହେବା ପରେ ତାଙ୍କୁ ପଠାଯାଇଛି ଏବଂ ରବି କନ୍ୟାଙ୍କୁ ସାଥିରେ ନ ନେଇ ଫେରିଯାଇଛନ୍ତି।

ଏସିପି ଚକେରୀ ଅମରନାଥ ଯାଦବ କହିଛନ୍ତି, କନ୍ୟା ଜଣଙ୍କ ପିଆରବି କର୍ମଚାରୀଙ୍କ ପାଖରେ ପହଞ୍ଚି କାନ୍ଦିଥିଲେ। ଏହା ପରେ ସେ ତୁରନ୍ତ ମହାରାଜପୁର ପୋଲିସ ଷ୍ଟେଶନରେ ଏନେଇ ସୂଚନା ଦେଇଥିଲେ। ଯାହା ପରେ କନ୍ୟାଙ୍କ ପରିବାର ସଦସ୍ୟଙ୍କ ସହ କଥା ହୋଇଥିଲେ। ଯେଉଁଠାରେ ତାଙ୍କ ସମ୍ପର୍କୀୟମାନେ ବିବାହ ବିଷୟରେ କହିଥିଲେ। କିନ୍ତୁ କନ୍ୟା ଜଣକ କହିଥିଲେ, ସେ ବାରାଣସୀ ଫେରିଯିବେ। ଏହା ପରେ ତାଙ୍କୁ ସବ୍‌-ଇନ୍ସପେକ୍ଟର ଏବଂ ଜଣେ ମହିଳା ପୋଲିସଙ୍କ ସହିତ ପଠାଇ ଦିଆଯାଇଛି।

Share