Categories: ଫୁରସତ

ବିବାହରେ ଏମିତି ଗାଉନ୍‌ ପିନ୍ଧି ଓ୍ବାଲର୍‌ଡ ରେକର୍ଡ କଲେ ଏହି କନ୍ୟା, ତିଆରି ହୋଇପାରିଥାନ୍ତା …

ସବୁ ଝିଅଙ୍କର ସ୍ବପ୍ନ ରହିଥାଏ, ସେମାନେ ନିଜ ବିବାହ ଦିନ କିପରି ସବୁଠାରୁ ସୁନ୍ଦର ଏବଂ ଭିନ୍ନ ଦେଖାଯିବେ। ଏଥିପାଇଁ ସେମାନେ ସବୁଠାରୁ ସୁନ୍ଦର ଏବଂ ଦାମୀ ପୋଷାକ ମଧ୍ୟ ପିନ୍ଧିଥାନ୍ତି। କିନ୍ତୁ ସାଇପ୍ରସ ଦେଶରେ ଜଣେ କନ୍ୟା ନିଜ ବିବାହରେ ଏମିତି ଏକ ପୋଷାକ ପିନ୍ଧି ଓ୍ବାଲର୍‌ଡ ରେକର୍ଡ ସୃଷ୍ଟି କରିଛନ୍ତି। ମାରିୟା ପରସ୍କେଭା ନାମ୍ନୀ ଏହି କନ୍ୟା ନିଜ ବିବାହରେ ପ୍ରାୟ ୭ କି.ମି. ଲମ୍ବର ଏକ ପୋଷାକ ପିନ୍ଧିଥିଲେ। ଏ ନେଇ ତାଙ୍କ ନାମ ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଛି।
ପ୍ରାୟତଃ ଖ୍ରୀଷ୍ଟିଆନ୍‌ କନ୍ୟା ବିବାହ ସମୟରେ ଧଳା ପୋଷାକ ପିନ୍ଧିଥାନ୍ତି। କିନ୍ତୁ ମାରିୟାଙ୍କ ପୋଷାକ ଦେଖି ସମସ୍ତେ ଚକିତ ହୋଇଯାଇଛନ୍ତି। କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହରେ ମାରିୟା ସବୁଠାରୁ ଲମ୍ବା ଗାଉନ୍‌(ଓ୍ବେଡିଙ୍ଗ୍‌ ଭେଲ୍‌) ପିନ୍ଧିଛନ୍ତି। ଏହି ପୋଷାକ ୬,୯୬୨.୬ ମିଟର ଅର୍ଥାତ୍‌ ୨୨,୮୪୩ ଫୁଟ ୨.୧୧ ଇଞ୍ଚ ଲମ୍ବା। ଏତେ ଲମ୍ବା ଗାଉନ୍‌ ପିନ୍ଧିବା ପାଇଁ ମାରିୟାଙ୍କୁ ୬ ଘଣ୍ଟା ସମୟ ଲାଗିଥିଲା ଏବଂ ୩୦ ଲୋକ ତାଙ୍କ ପୋଷାକ ଧରିଥିଲେ।

ଏ ନେଇ ମାରିୟା କୁହନ୍ତି, ପିଲାଟି ଦିନରୁ ମୋର ସ୍ବପ୍ନ ଥିଲା ସବୁଠାରୁ ଲମ୍ବା ବିବାହ ପୋଷାକ ପିନ୍ଧି ଓ୍ବାଲର୍‌ଡ ରେକର୍ଡ କରିବା, ଯାହାକି ଏବେ ପୂରଣ ହୋଇଛି ବୋଲି ସେ କହିଛନ୍ତି। ଏହି କନ୍ୟାଙ୍କ ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ୬୪ ହଜାର ଲୋକ ଲାଇକ୍‌ ଏବଂ କମେଣ୍ଟ ମଧ୍ୟ କରି ସାରିଛନ୍ତି।

Share