ନବବଧୂ ହତ୍ୟା ମାମଲା: ଗୋଟିଏ ପରିବାରର ୫ ଜଣଙ୍କୁ ଆଜୀବନ କାରାଦଣ୍ଡ

ବାଲେଶ୍ୱର ଅଫିସ,୨୫।୨: ଅତିରିକ୍ତ ଜିଲା ଓ ଦୌରାଜଜ୍‌ଙ୍କ କୋର୍ଟ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଯୌତୁକ ଜନିତ ନବବଧୂ ହତ୍ୟା ମାମଲାରେ ଗୋଟିଏ ପରିବାରର ୫ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ମୃତ ନବବଧୂଙ୍କ ସ୍ବାମୀ, ଶ୍ବଶୁର, ଶାଶୁଙ୍କ ସମେତ ୫ ଜଣ ଦଣ୍ଡିତ ସହ ସମସ୍ତଙ୍କୁ ୧ ଲକ୍ଷ ଟଙ୍କା ଲେଖାଏ କୋର୍ଟ ଜୋରିମାନା କରିଛନ୍ତି। ଏଡିଜେ ୨ ସୁବାସ କୁମାର ବେହାରି(behari) ଏହି ଦଣ୍ଡାଦେଶ ଶୁଣାଇଛନ୍ତି।

ସୂଚନାଯେଗା୍ୟ, ୨୦୧୪ରେ ଶିଂଲା ଥାନା ଅନ୍ତର୍ଗତ ପଥ ଦୁର୍ଗା ଗାଁରେ ଜଣେ ନବବଧୂଙ୍କୁ ପୋଡ଼ି ହତ୍ୟା କରାଯାଇଥିଲା। ନବବଧୂ ମନ୍ଦାକିନୀ ଜେନାଙ୍କୁ ଯୌତୁକରେ ମୋଟରସାଇକେଲ ଦାବି କରି ଶାଶୁଘର ଲୋକେ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା।