Categories: ଅପରାଧ

ବିବାହ ପୂର୍ବରୁ ବିୟୁଟି ପାର୍ଲରରେ ଯୁବତୀଙ୍କୁ ହତ୍ୟା

ରତଲାମ୍‌, ୫।୭- ଆଉ କିଛି ଘଣ୍ଟା ପରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥାନ୍ତେ ଯୁବତୀ। ଏଥିପୂର୍ବରୁ ବିୟୁଟି ପାର୍ଲର ଯାଇ ଯୁବତୀ ଜଣଙ୍କ ନିଜକୁ ପ୍ରସ୍ତୁତ କରିନେଉଥିଲେ। କିନ୍ତୁ ହଠାତ୍‌ ଜଣେ ଯୁବକ ବିୟୁଟି ପାର୍ଲର ମଧ୍ୟରେ ପ୍ରବେଶ କରି ତାଙ୍କୁ ଛୁରୀ ଭୁସି ଫେରାର ହୋଇଯାଇଥିଲେ। ଯୁବତୀଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏଭଳି ଏକ ସ୍ପର୍ଶକାତର ଘଟଣା ମଧ୍ୟପ୍ରଦେଶ ରତ୍‌ଲାମ ଜିଲାରେ ଘଟିଯାଇଛି। ଘଟଣାରୁ ଜଣାପଡ଼ିଛି ଯେ, ୨୫ ବର୍ଷୀୟା ଏହି ଯୁବତୀଙ୍କ ରବିବାର ବିବାହ ଅନୁଷ୍ଠିତ ହେବାର ଥିଲା। ସକାଳେ ସେ ନିଜ ଭଉଣୀ ସହ ମେକଅପ୍‌ ହେବା ପାଇଁ ବିୟୁଟି ପାର୍ଲର ଯାଇଥିଲେ। କିନ୍ତୁ ହଠାତ୍‌ ଜଣେ ଅଜଣା ବ୍ୟକ୍ତି ଯୁବତୀଙ୍କୁ ଫୋନ କରି ପାର୍ଲର ମଧ୍ୟକୁ ଆସିଥିଲା। ଏହାପରେ ଯୁବତୀଙ୍କ ବେକକୁ ଛୁରୀ ଭୁସି ଫେରାର ହୋଇଯାଇଥିଲା। ପୋଲିସ ଘଟଣାସ୍ଥଳରେ ପୋଲିସ ପହଞ୍ଚତ୍ ତଦନ୍ତ ଜାରି ରଖିଛି ବୋଲି ଏସ୍‌ପି ଗୌରବ ତିଓ୍ବାରୀ କହିଛନ୍ତି। ରିପୋର୍ଟ ମୁତାବକ ଯୁବତୀଙ୍କ ଏହା ଦ୍ୱିତୀୟ ବିବାହ ଥିଲା। ପ୍ରଥମ ବିବାହ ବିଚ୍ଛେଦ ପରେ ସେ ଦ୍ୱିତୀୟ ବିବାହ କରିବାକୁ ଯାଉଥିଲେ।