ଅଧା ବାହାଘର ପରେ ସିନ୍ଦୂର ଲଗାଇବାକୁ ମନା କଲେ କନ୍ୟା, କହିଲେ ଏପରି…

ରାଞ୍ଚି,୧।୭: ବିବାହ ମଣ୍ଡପରେ ବର-କନ୍ୟାଙ୍କ ବାହାଘର ଅଧା ସରିବା ପରେ ହଠାତ୍‌ କନ୍ୟାଙ୍କ ଆଚରଣ ନେଇ ବିବାହ ଅଟକି ଯାଇଛି। ଏବେ ଏହାର ଫଟୋ ଏବଂ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଝାଡ଼ଖଣ୍ଡର ରାଞ୍ଚିସ୍ଥିତ ମୌସିବାଡ଼ି ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଅଧା ବାହାଘର ସରିବା ପରେ କନ୍ୟା ସିନ୍ଦୂର ଲଗାଇବାକୁ ମନା କରିଥିଲେ। ଫଳରେ ବିବାହ ଅଟକି ଯାଇଥିଲା। ବରଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିଲା। କନ୍ୟାଙ୍କୁ ନେବାକୁ ବରଯାତ୍ରୀ ଅଡ଼ି ବସିଥିଲେ। ବରଯାତ୍ରୀ ଧାରଣା ଦେବା ସହିତ ବାହାଘରରେ ହୋଇଥିବା ଖର୍ଚ୍ଚର କ୍ଷତିପୂରଣ ମାଗିଥିଲେ। କନ୍ୟାଘର ବରପକ୍ଷଙ୍କ ଦ୍ୱାରା ହୋଇଥିବା ଖର୍ଚ୍ଚ ଭରଣା କରିବାକୁ ଦାବି କରିଛନ୍ତି। ରାଞ୍ଚି ମାଣ୍ଡରଠାରେ ବାସ କରୁଥିବା ବିନୋଦ ଲୋହରାଙ୍କର ବିବାହ ମୌସିବାଡ଼ି ବାସିନ୍ଦା କନ୍ୟା ଚନ୍ଦା ଲୋହରାଙ୍କ ସହିତ ହେଉଥିଲା। ୨୯ ଜୁନ୍‌ରେ ବର ବିନୋଦ ବରଯାତ୍ରୀଙ୍କ ସହିତ ଚନ୍ଦାଙ୍କ ଘରେ ପହଞ୍ଚିଥିଲେ। ମଣ୍ଡପରେ ବରଣମାଳା ଆଦାନପ୍ରଦାନ ସହିତ ଅନ୍ୟ ପରମ୍ପରା ପାଳନ କରାଯାଇଥିଲା। ଶେଷରେ ବିନୋଦ ଚନ୍ଦାଙ୍କୁ ସିନ୍ଦୂର ଲଗାଇବା ସମୟରେ ହଠାତ୍‌ ଅଘଟଣ ଘଟିଥିଲା। ଚନ୍ଦା ତାଙ୍କୁ ବିନୋଦ ପସନ୍ଦ ନ ଥିବା କହି ସିନ୍ଦୂର ଲଗାଇବାକୁ ମନା କରିଥିଲେ। ଚନ୍ଦାଙ୍କ ଏଭଳି ନିଷ୍ପତ୍ତିକୁୂ ବରଯାତ୍ରୀଙ୍କ ପକ୍ଷରୁ ବିରୋଧ କରାଯାଇଥିତ୍ଲା। ଚନ୍ଦାଙ୍କ ପିତା ଜଗଦୀଶ୍‌ ଲୋହରା ଶେଷରେ ବରଯାତ୍ରୀଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ।

Share