ଲକ୍ଷ୍ନୌ,୨୩।୩: ପରିବାରର ଲୋକଙ୍କ ଚାପରେ ବିବାହ କରୁଥିବା ଜଣେ ମୁସଲିମ ଯୁବତୀ ଅନ୍ତିମ ମିନିଟ୍ରେ ପୋଲିସକୁ ଡକାଇ ନିକାହ କାର୍ଯ୍ୟକ୍ରମକୁ ବାତିଲ କରିଥିଲେ। ତା’ ପରେ ଥାନାରେ ପୋଲିସ ଉପସ୍ଥିତିରେ ଯୁବତୀ ତାଙ୍କ ପ୍ରେମିକଙ୍କୁ ବିବାହ କରିଥିଲେ। ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର କୁଶିନଗରରେ।
କନ୍ୟା ଫୋନ କରିବା ପରେ ଘଟଣା ସ୍ଥଳରେ ପହଞ୍ଚିଥିଲା ପୋଲିସ ଟିମ୍। କନ୍ୟାଙ୍କୁ ଥାନାକୁ ଆଣିବା ପରେ ପୋଲିସ ଅଧିକାରୀ ସମାଧାନ ପାଇଁ କନ୍ୟାଙ୍କ ବାପା ଏବଂ ବର ପକ୍ଷଙ୍କୁ ଥାନାକୁ ଡକାଇଥିଲେ। ଉଭୟ ପକ୍ଷଙ୍କ ସହମତକ୍ରମେ କନ୍ୟା ଥାନାରେ ତାଙ୍କ ପ୍ରେମିକଙ୍କୁ ବିବାହ କରିଥିଲେ।