Posted inଫୁରସତ

ଛତା ଧରି ବାହାହେଲେ ବର

ରାୟପୁର: ଅନେକ ସମୟରେ ବିବାହକୁ ନେଇ ଭିନ୍ନ ଘଟଣା ଶୁଣିବାକୁ ମିଳିଥାଏ, ଯାହା ଅତ୍ୟନ୍ତ ରୋଚକ ହୋଇଥାଏ। ଯେପରିକି ବର ଜେସିବି ସାହାଯ୍ୟରେ ହେଉ କି କନ୍ୟାକୁ ବର ମୋଟରସାଇକେଲରେ ଆଣିବା ନଜରକୁ ଆସିଛି। ସେହିପରି ନିକଟରେ ଏକ ଭିନ୍ନ ବିବାହ ଦେଖିବାକୁ ମିଳିଛି, ଯାହା ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ବର-କନ୍ୟାଙ୍କ ବିବାହ ଚାଲିଥିବା ସମୟରେ ହଠାତ୍‌ ଜୋର୍‌ରେ ବର୍ଷା ହେଲା। କିନ୍ତୁ ବିବାହ ସମୟରେ ଅଗ୍ନିକୁ ସାକ୍ଷୀ ରଖି ୭ ଘେରା ବାକି ରହିଯାଇଥିଲା। ହେଲେ ସେହି ବର୍ଷାରେ ସେମାନେ ପରସ୍ପର ହାତ ଛନ୍ଦି ଛତା ତଳେ ୭ ଘେରା ବୁଲିଥିଲେ। ବ୍ରାହ୍ମଣ ଘର ଭିତରେ ଥାଇ ମନ୍ତ୍ରୋଚାରଣ କରୁଥିବା ଦେଖିବାକୁ ମିଳିଥିଲା। ଘଟଣାଟି ଛତିଶଗଡ଼ କବର୍ଦ୍ଧା ଜିଲାର ପଣ୍ଡରିଆ ଅଞ୍ଚଳରେ ଘଟିଥିବା ଜଣାପଡ଼ିଛି। ଏହି ବିବାହର ଏକ ଭିଡିଓ ଜଣେ ବ୍ୟକ୍ତି ତାଙ୍କ ସୋସିଆଲ ମିଡିଆରେ ଛାଡ଼ିବା ପରେ ତାହା ଏବେ ବେଶ ଭାଇରାଲ ହେବାରେ ଲାଗିଛି। ଲୋକେ ଏହି ଭିଡିଓକୁ ଅଧିକ ପସନ୍ଦ କରିଥିବା ଦେଖିବାକୁ ମିଳିଛି। ଏଥିରେ ଲୋକେ ଅନେକ ମଜାଳିଆ କମେଣ୍ଟ ମଧ୍ୟ ଦେଇଛନ୍ତି। ଜଣେ ଲେଖିଛନ୍ତି, ଦୁହିଁଙ୍କ ଡେଡିକେଶନକୁ ମାନିବାକୁ ପଡିବ। ଅନ୍ୟଜଣେ ଲେଖିଛନ୍ତି, ଲୋକେ ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥା’ନ୍ତି, ହେଲେ ଏମାନେ ପାଣିକୁ ସାକ୍ଷୀ ରଖି ବିବାହ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କ ପାଇଁ ସପ୍ତାହକୁ ୧୮ ହଜାର କି.ମି. ଯାତ୍ରା

ବେଜିଂ: ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଖବର ସମସ୍ତଙ୍କ ହୃଦୟ ଜିତିପାରିଛି। ଅଷ୍ଟ୍ରେଲିଆରେ ପଢ଼ୁଥିବା ଚାଇନାର ଜଣେ ଛାତ୍ର ନିଜ ଅଧ୍ୟୟନ ଓ ପ୍ରେମିକାଙ୍କ...

ଷ୍ଟିଲ୍‌ ପରି କାନ

ମହିଳାମାନେ କାନ ଫୋଡାନ୍ତି କାନରେ ଝୁମୁକା ଲଗାଇବା ପାଇଁ। କେହି କେହି ପୁରୁଷ ବି କାନ ଫୋଡ଼ାଇଥାନ୍ତି। ତେବେ ଯଦି ଝୁମୁକା ଓଜନିଆ ହୋଇଯାଏ କାନରେ...

ଗଛ ବୟଫ୍ରେଣ୍ଡ

କୁହାଯାଏ ପ୍ରେମ ଅନ୍ଧ। କାହିଁକି ନା ପ୍ରେମ ଦେଖେନା ଜାତି, ଧର୍ମ କି ଧନୀ ଗରିବର ଭେଦଭାବ। ତେବେ ଆଜିକାଲି ବୋଧହୁଏ ପ୍ରେମ ଅଧିକ ଅନ୍ଧ...

ଅସ୍ତଗାମୀ ସୂର୍ଯ୍ୟକୁ ଦେଖି ମାରନ୍ତି ତାଳି

ଏଇ ପୃଥିବୀରେ ଯେତିକି ଦେଶ ଅଛି ସେତିକି ପ୍ରଥା ପରମ୍ପରା ବି ଅଛି। ସେଥିମଧ୍ୟରୁ ଅନେକ ଅଜବ ପରମ୍ପରା ବି ଥାଏ। ଯେମିତି କି ଏକ...

କୁକୁଡ଼ା ନୁହେଁ ହୋଟେଲ

ଫଟୋଟିକୁ ଦେଖିଲେ ଭାବୁଥିବେ ଏତେ ବଡ଼ ଗଞ୍ଜା କୁକୁଡ଼ା ଭଲା କୁଆଡୁ ଆସିଲା? ସତରେ କ’ଣ ଏତେ ବଡ଼ କୁକୁଡ଼ା ଅଛି? ତେବେ ପ୍ରକୃତ କଥା...

ଗବେଷଣାରେ ମୂଷାଙ୍କୁ ବ୍ୟବହାର କରାଯାଏ କାହିଁକି

ପ୍ରାୟ ସମସ୍ତେ ଜାଣନ୍ତି ଯେ, ବୈଜ୍ଞାନିକମାନେ ତିଆରି କରୁଥିବା ନୂଆ ଔଷଧକୁ ମଣିଷ ଉପରେ ପ୍ରୟୋଗ କରିବା ପୂର୍ବରୁ ପ୍ରଥମେ ତାକୁ ମୂଷା ଉପରେ ପ୍ରୟୋଗ...

ବିଶିଷ୍ଟ ଶିଶୁ ସାହିତି୍ୟକ ଓ ବିଜ୍ଞାନ ଲେଖକ ଡ. ଅରୁଣ କୁମାର ପଣ୍ଡା ନିଜ ପ୍ରଥମ ରୋଜଗାରରେ ଗାଈ କିଣା..

ଜୀବନରେ ଅନେକ ଟଙ୍କା ରୋଜଗାର କଲେ ବି ପ୍ରଥମ ରୋଜଗାରର ଚମକ ଓ ଆନନ୍ଦ ଅତୀବ ନିଆରା। ଆଉ ଯଦି ସେହି ରୋଜଗାର ଛାତ୍ର ଅବସ୍ଥାରେ...

ମହିଳାଙ୍କ ପେଟରୁ ବାହାରିଲା ୨ କେ.ଜି.ର ଚୁଟି

ବରେଲି: ଉତ୍ତରପ୍ରଦେଶର ବରେଲି ଜିଲା କରଗୈନା ଅଞ୍ଚଳରେ ରହୁଥିବା ଜଣେ ୩୧ ବର୍ଷିୟା ମହିଳା ଲମ୍ବା ସମୟ ଧରି ପେଟ ଯନ୍ତ୍ରଣାରେ ପୀଡ଼ିତ ଥିଲେ। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri