Categories: ଜାତୀୟ

ଅନ୍ନଦାତାଙ୍କ ଆନ୍ଦୋଳନକୁ ସମର୍ଥନ କଲେ ବର: କନ୍ୟାଘରକୁ ଗଲେ ଟ୍ରାକ୍ଟରରେ

କର୍ନାଲ,୬।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ ଦେଶବ୍ୟାପୀ ଅନ୍ନଦାତାଙ୍କ ଆନ୍ଦୋଳନ ଜାରି ରହିଛି। ଧୀରେଧୀରେ ଆନ୍ଦୋଳନକୁ ଲୋକଙ୍କ ସମର୍ଥନ ମିଳିବାରେ ଲାଗିଛି। ହରିୟାଣା କର୍ନାଲରେ ଜଣେ ଯୁବକ ଆନ୍ଦୋଳନକୁ ସମର୍ଥନ କରି ବିବାହ କରିବା ଲାଗି ଟ୍ରାକ୍ଟର ନେଇ କନ୍ୟା ଘରେ ପହଞ୍ଚିଛନ୍ତି। ଏବେ ଏହି ଘଟଣା ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ବିବାହରେ ମିଳିଥିବା ଉପହାର ଆନ୍ଦୋଳନ କରୁଥିବା ଅନ୍ନଦାତାଙ୍କ ସହାୟତା ପାଇଁ ଦାନ କରାଯାଇଛି। ବରଯାତ୍ରୀମାନେ ଜୟ ଯବାନ, ଜୟ କିଷାନ ସ୍ଲୋଗାନ ଦେଇ କନ୍ୟା ଘରେ ପହଞ୍ଚିଥିଲେ। ଏହା ବିବାହ ଉତ୍ସବରେ ଯୋଗଦେଇଥିବା ଅତିଥିଙ୍କୁ ବେଶ ଭାବୁକ କରିଥିଲା।

Share