Categories: ଜାତୀୟ

ବିହାରରେ ପୁଣି ଭୁଶୁଡ଼ିଲା ବ୍ରିଜ୍‌

ନୂଆଦିଲ୍ଲୀ,୨୭ା୬: ବିହାରର କିଶନଗଞ୍ଜ ଜିଲାରେ ଗୁରୁବାର ଏକ ୭୦ ମିଟର ଲମ୍ବର ବ୍ରିଜ୍‌ ଭୁଶୁଡ଼ିଛି। ଏହାକୁ ମିଶାଇ ରାଜ୍ୟରେ ୧୦ ଦିନରେ ୪ଟି ପୋଲ ଭୁଶୁଡିପଡିଛି।

ପ୍ରବଳ ବର୍ଷା ଯୋଗୁ ହଠାତ୍‌ ଜଳସ୍ତର ବଢ଼ିଯିବାରୁ ବାହଦୁରଗଞ୍ଜ ବ୍ଲକ୍‌ର ମଦିୟାଠାରେ ଥିବା ଉକ୍ତ ବ୍ରିଜ୍‌ର ଗୋଟିଏ ପିଲାର ଭୁଶୁଡ଼ି ପଡ଼ିଛି। କଙ୍କାଇ ନଦୀକୁ ମହାନନ୍ଦା ସହ ସଂଯୋଗ କରୁଥିବା ଏକ ଶାଖାନଦୀରେ ଏହି ବ୍ରିଜ୍‌ ୨୦୧୧ରେ ନିର୍ମାଣ କରାଯାଇଥିଲା।

ନେପାଳରେ ଥିତ୍ବା ନଦୀ ଅବବାହିକା ଅଞ୍ଚଳରେ ପ୍ରବଳ ବର୍ଷା ହେବାରୁ ଜଳସ୍ତର ବୃଦ୍ଧି ପାଇଥିଲା। ପିଲାର ଭୁଶୁଡ଼ି ପଡ଼ିବା ପରେ ଉକ୍ତ ବ୍ରିଜ୍‌ରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ଗତ ସପ୍ତାହରେ ବିହାରର ଅରାରିଆ, ସିଓ୍ବାନ ଏବଂ ପୂର୍ବ ଚମ୍ପାରନ୍‌ ଜିଲାରେ ୩ଟି ବ୍ରିଜ୍‌ ଭୁଶୁଡ଼ିଥିଲା।

Share