ବନ୍ୟାରେ ଭାସିଗଲା ବ୍ରିଜ୍‌, ୧୧ ଲୋକଙ୍କ ମୃତ୍ୟୁ, ୩୦ ନିଖୋଜ

ବେଜିଂ, ୨୦ା୭: ଚାଇନାର ଶାନକ୍ସି ପ୍ରଦେଶରେ ଅଚାନକ ବନ୍ୟା ଆସିଯିବାରୁ ଏକ ବଡ଼ ଦୁର୍ଘଟଣା ଘଟିଛି । ଏକ ରାଜପଥର ବ୍ରିଜ ଆଂଶିକ ଭୁଶୁଡି ପଡିବାରୁ ପାଖିପାଖି ୧୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୩୦ ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି । ବ୍ରିଜ୍‌ଟି ଭୁଶୁଡ଼ିବା ସମୟରେ ଏହାର ଉପର ଦେଇ ଲୋକେ ଯାତାୟତ କରୁଥିଲେ । ଫଳରେ ସେହି ସମୟରେ ଲୋକେ ଜାଣିନପାରିବାରୁ ସେମନଙ୍କୁ ମୃତ୍ୟୁର ସମ୍ମୁଖୀନ ହେବାକୁ ପଡିଛି । ଏଥିରେ ଆହତ ହୋଇଥିବା ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଚାଇନା ଅଧିକାରୀମାନେ ଶନିବାର ଏନେଇ ସୂଚନା ଦେଇଛନ୍ତି । ଚାଇନାର ସରକାରୀ ସମ୍ବାଦ ଏଜେନ୍ସି ‘ଜିନହୁଆ’ ପ୍ରାଦେଶିକ ସୂଚନା ବିଭାଗ କହିଛି ଯେ ପ୍ରବଳ ବର୍ଷା ଓ ବନ୍ୟା ହେତୁ ଶେଙ୍ଗଲୁ ସହରର ଜାଶୁଇ କାଉଣ୍ଟିରେ ଅବସ୍ଥିତ ବ୍ରିଜ ଶୁକ୍ରବାର ସାରେ ଭୁଶୁଡି ପଡିଛି ।

ମିଳିଥିବା ସୂଚନା ମୁତାବକ ଆଜି ସକାଳ ପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଥିବାବେଳେ ବ୍ରିଜ ଭୁଶୁଡ଼ିବା ପରେ ୩୦ ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ସେତୁ ଭୁଶୁଡ଼ିବା ହେତୁ କିଛି ଗାଡି ବ୍ରିଜ ତଳେ ଥିବା ଜିନକିଆନ ନଦୀରେ ଖସିପଡିଥିଲା। ଖବର ଅନୁଯାୟୀ, ଉଦ୍ଧାରକାରୀ ଦଳ ନଦୀରେ ପଡ଼ିଥିବା ପାଞ୍ଚଟି ଗାଡି ଉଦ୍ଧାର କରିଛନ୍ତି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ମଣିଷ ଦର

ମଗ୍ରିକ ଭାବେ ବିଚାରକଲେ ଦର ହେଉଛି ଏକ ମୂଲ୍ୟ ନିରୂପଣର ମାଧ୍ୟମ। ତେବେ ବସ୍ତୁ, ସାମଗ୍ରୀ ଆଦି ଯଥାର୍ଥରେ ମୂଲ୍ୟ ନିରୂପଣ ଯୋଗ୍ୟ ବା କରିବା...

JD Vance: ସପରିବାର ଜୟପୁର ଯିବେ ଆମେରିକା ଉପରାଷ୍ଟ୍ରପତି, ଚନ୍ଦା-ପୁଷ୍ପା କରିବେ ସ୍ବାଗତ

ନୂଆଦିଲ୍ଲୀ,୨୧।୪: ଆମେରିକାର ଉପରାଷ୍ଟ୍ରପତି ଜେମ୍ସ ଡେଭିଡ ଭାନ୍ସ ସୋମବାର(ଏପ୍ରିଲ ୨୧) ରାଜସ୍ଥାନର ରାଜଧାନୀ ଜୟପୁରରେ ପହଞ୍ଚିଛନ୍ତି। ଶୁଳ୍କ ବିବାଦ ମଧ୍ୟରେ ଭାରତ ଆସୁଥିବା ଆମେରିକାର ଉପରାଷ୍ଟ୍ରପତିଙ୍କୁ...

ଚକଡ଼ା ପ୍ରଭାବ: କ୍ଷେତରେ ସ୍ଥିତି ଅନୁଧ୍ୟାନ କଲା କୃଷି ବିଭାଗ

ବରଗଡ଼,୨୧।୪(ପ୍ରେମାନନ୍ଦ ଖମାରୀ): ରବି ଧାନଚାଷ ଆରମ୍ଭରୁ ପାଗ ଅନୁକୂଳ ଥିଲା। ଫଳରେ ଏଥର ବରଗଡ଼ ଜିଲାରେ ରବି ଧାନ ଫସଲ ଭଲ ହୋଇଛି। କିନ୍ତୁ ଧାନ...

Karni Sena: କରଣୀ ସେନାର ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କୁ ହତ୍ୟା, କାରରୁ ଓହ୍ଲାଇବା ସମୟରେ ଫୁଟିଲା ଗୁଳି

ରାଞ୍ଚି,୨୧।୪: ଝାଡ଼ଖଣ୍ଡ ଜାମସେଦପୁରରେ ଅପରାଧ ବେଳକୁ ବେଳ ବୃଦ୍ଧି ପାଉଛି। ଏହାର ସଦ୍ୟତମ ଉଦାହରଣ ରବିବାର (ଏପ୍ରିଲ ୨୦)ରେ ଦେଖିବାକୁ ମିଳିଥିଲା, ଯେତେବେଳେ ଶ୍ରୀ ରାଜପୁତ...

୭ ବର୍ଷରେ ଏପ୍ରିଲ ତାପମାତ୍ରା ୪ ଡିଗ୍ରୀ ବଢ଼ିଛି

ବୁଏନ୍ସ ଏୟାର୍ସ, ୨୧।୪: ୨୦୨୫ ଏପ୍ରିଲରେ ଭାରତ ଓ ପାକିସ୍ତାନରେ ଗ୍ରୀଷ୍ମପ୍ରବାହ ସୀମା ଟପିଛି। ଏକ ନୂଆ ଅନ୍ତର୍ଜାତୀୟ ବୈଜ୍ଞାନିକ ବିଶ୍ଳେଷଣ ଅନୁଯାୟୀ, ବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧ...

ନିଖୋଜ ଆଶୀର୍ବାଦଙ୍କ ମୃତଦେହ ମିଳିଲା: ମାରି ଫିଙ୍ଗିଥିଲେ ଦାଦା!

ଡେଲାଙ୍ଗ,୨୧ା୪: ପୁରୀ ଜିଲା ଡେଲାଙ୍ଗର ନିଖୋଜ ନାବାଳକ ଆଶୀର୍ବାଦ ସାହୁଙ୍କ ମୃତଦେହ ସୋମବାର ମିଳିଛି। ୭ ଦିନ ପରେ ଘର ପାଖ ପାଇଖାନା ଟାଙ୍କିରୁ ମୃତଦେହ...

ହସ୍ପିଟାଲରେ ବରିଷ୍ଠ ନାଗରିକଙ୍କୁ ଘୋଷାରିନେଲେ

ଛତରପୁର, ୨୧।୪: ମଧ୍ୟପ୍ରଦେଶର ଛତରପୁର ଜିଲା ଚିକିତ୍ସାଳୟରେ ଜଣେ ୭୦ ବର୍ଷୀୟ ବରିଷ୍ଠ ନାଗରିକ ଉଦ୍ଧବ ସିଂଙ୍କୁ ୨ ଜଣ ବ୍ୟକ୍ତି ଘୋଷାରି ନେଉଥିବାର ଏକ...

ଆମେରିକାରେ ତେଜୁଛି ଟ୍ରମ୍ପ୍‌ ବିରୋଧୀ ବିକ୍ଷୋଭ

ଓ୍ବାଶିଂଟନ୍‌,୨୧ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରତ୍ୟର୍ପଣ, ଛଟେଇ, ଗାଜା ଓ ୟୁକ୍ରେନ୍‌ ଯୁଦ୍ଧ ନୀତି ବିରୋଧରେ ଶନିବାର ଓ୍ବାଶିଂଟନ୍‌, ନ୍ୟୁୟର୍କ ଓ ଶିକାଗୋ ସମେତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image