ଏନ୍‌ଏଚ୍‌-୧୬ରେ ଭୁଶୁଡିଲା ବ୍ରିଜ୍‌

ଯାଜପୁର,୧୮।୭(ରଞ୍ଜିତ ରାଉତ୍‌): ଯାଜପୁର ଜିଲାର ରସଲପୁର ବ୍ଲକ ଅନ୍ତର୍ଗତ ଏନ୍‌ଏଚ୍‌-୧୬ରେ ବ୍ରିଜ୍‌ ମଙ୍ଗଳବାର ସକାଳ ପ୍ରାୟ ୬.୩୦ ଭୁଶୁଡି ପଡିଛି। ସୌଭାଗ୍ୟବଶତଃ ବ୍ରିଜ୍‌ ଭୁଶୁଡିବା ସମୟରେ ସେଠାରେ କୌଣସି ଗାଡି ଯାଉ ନ ଥିଲା। ଫଳରେ ଏହି ଘଟଣାରେ କୌଣସି କ୍ଷୟକ୍ଷତି ହୋଇନାହିଁ। ବ୍ରିଜ୍‌ ଭୁଶୁଡିବା ଯୋଗୁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି। ରିପୋର୍ଟ ଲେଖା ହେବା ସୁଦ୍ଧା ଜାତୀୟ ରାଜପଥ କର୍ତ୍ତୃପକ୍ଷ ବିଭାଗର କୌଣସି ଅଧିକାରୀ ସେଠାରେ ପହଞ୍ଚି ନ ଥିବା ଜଣାପଡିଛି। ଖବର ପାଇ କୁଆଖିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡି ଚଳଚଳକୁ ସ୍ବାଭାବିକ କରିବା ଦିଗରେ ପଦକ୍ଷେପ ନେଇଥିଲେ।

Share