Categories: ଜାତୀୟ

ଭୁଶୁଡ଼ିଲା ପୋଲ: ମହିଳାଙ୍କ ସମେତ ଭାସିଗଲେ ୩ ଶିଶୁ

ଶିମ୍‌ଲା,୧୫।୮: ହିମାଚଳ ପ୍ରଦେଶ ମନାଲି ସ୍ଥିତ ସୋଲାଙ୍ଗ ଭେଲିରେ ସୋମବାର ଏକ ବଡ଼ ଅଘଟଣ ଘଟିଛି। ଲଗାଣ ବର୍ଷା ଯୋଗୁ ସାଲୋଙ୍ଗ ନିକଟରେ ଥିବା ଏକ ଅସ୍ଥାୟୀ ପୋଲ ଭୁଶୁଡ଼ିପଡ଼ିଛି। ଫଳରେ ଜଣେ ମହିଳାଙ୍କ ସମେତ ୩ ଜଣ ଶିଶୁ ପାଣି ସୁଅରେ ଭାସିଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପ୍ରଶାସନ ଓ ସ୍ଥାନୀୟବାସିନ୍ଦା ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ। ହେଲେ ପାଣିର ସୁଅ ଅଧିକ ତୀବ୍ର ଥିବାରୁ ଉଦ୍ଧାର କାର୍ଯ୍ୟ ସମ୍ଭବ ହୋଇପାରି ନ ଥିଲା। ଅନ୍ୟପକ୍ଷେ ସୋମବାର କୁଲ୍ଲୁରେ ପ୍ରବଳ ବର୍ଷା ଯୋଗୁ ଅନେକ ସ୍ଥାନ ଜଳାର୍ଣ୍ଣବ ହୋଇଯାଇଛି। ଫଳରେ ଅଞ୍ଚଳର ବିଭିନ୍ନ ନଦୀ ନାଳର ଜଳସ୍ତର ବୃଦ୍ଧି ପାଇଛି।

Share