Posted inଖେଳ

‘ବ୍ରିଜ୍‌’ ଗୌରବ କଳ୍ପନା ଓ ବିଦ୍ୟା

ଇଟାଲୀରେ ଅନୁଷ୍ଠିତ ବିଶ୍ୱ ଯୁବ ବ୍ରିଜ୍‌ ଟ୍ରାନ୍ସନ୍ୟାଶନାଲ ଚାମ୍ପିୟନଶିପ୍‌ରେ ଚମତ୍କାର ପ୍ରଦର୍ଶନ କରି ଭାରତକୁ ଗର୍ବିତ କରିଥିଲେ ମଧ୍ୟପ୍ରଦେଶର ଦୁଇ କଲେଜ ଛାତ୍ରୀ। ସେମାନେ ହେଲେ କଳ୍ପନା ଗୁର୍ଜର ଓ ବିଦ୍ୟା ପଟେଲ। କଳ୍ପନା ସିଙ୍ଗଲ୍ସ ବର୍ଗରେ ସ୍ବର୍ଣ୍ଣ ଜିତିଥିବାବେଳେ ଡବଲ୍ସରେ କଳ୍ପନା ଓ ବିଦ୍ୟାଙ୍କ ଯୋଡ଼ି ରୌପ୍ୟ ପଦକ ହାସଲ କରିଥିଲା।

ଗତବର୍ଷ ଅଗଷ୍ଟରେ ଇଟାଲୀର ସାଲ୍‌ସୋମାଗିଓରଠାରେ ବିଶ୍ୱ ଯୁବ ବ୍ରିଜ୍‌ ଟ୍ରାନ୍ସନ୍ୟାଶନାଲ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହୋଇଥିଲା। ତାସ୍‌ ଖେଳର ଏହି ରୋମାଞ୍ଚକର ପ୍ରତିଯୋଗିତାରେ ନିଜ ପ୍ରତିଭା ପ୍ରଦର୍ଶନ କରି ଭାରତକୁ ଗର୍ବିତ କରିଥିଲେ ମଧ୍ୟପ୍ରଦେଶର ଦୁଇ କଲେଜ ଛାତ୍ରୀ। ସେମାନେ ହେଲେ କଳ୍ପନା ଗୁର୍ଜର ଓ ବିଦ୍ୟା ପଟେଲ। ଏଥିରେ କଳ୍ପନା ସିଙ୍ଗଲ୍ସ ବର୍ଗରେ ସ୍ବର୍ଣ୍ଣ ଜିତିଥିବାବେଳେ ଡବଲ୍ସରେ କଳ୍ପନା ଓ ବିଦ୍ୟାଙ୍କ ଯୋଡ଼ି ରୌପ୍ୟ ପଦକ ହାସଲ କରିଥିଲା। ମଧ୍ୟପ୍ରଦେଶର ଇନ୍ଦୋର ସହରଠାରୁ ୧୫୦ କି.ମି ଦୂର ରାଇବିଦ୍‌ପୁରା ଗ୍ରାମର ଏହି ଦୁଇ ଛାତ୍ରୀ। ଦୁହେଁ ଅହମଦାବାଦ୍‌ରେ କଲେଜରେ ଅଧ୍ୟୟନ କରୁଛନ୍ତି। ୫ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମରେ ଅଛନ୍ତି ପ୍ରାୟ ୩ ଶହ ଜଣ ବ୍ରିଜ୍‌ ଖେଳାଳି। ଉତ୍ତର ଭାରତ ସମେତ ବିଭିନ୍ନ ରାଜ୍ୟରେ ହେଉଥିବା ଟୁର୍ନାମେଣ୍ଟଗୁଡ଼ିକରେ ଏମାନେ ଭାଗନେଇଥାନ୍ତି। ତେବେ ଜିମ୍‌ଖାନା କ୍ଲବ୍‌ ସହ ଜଡ଼ିତ ବ୍ରିଜ୍‌ କିପରି ରାଇବିଦ୍‌ପୁରା ଆସିଲା ତାହାର ଏକ ସଂକ୍ଷିପ୍ତ ଇତିହାସ ରହିଛି।
୧୯୬୫ ମସିହାରେ ଗ୍ରାମବାସୀ ପ୍ରଥମେ ତାସ୍‌ ଖେଳର ଚମକ ପାଇଥିଲେ। ସେତେବେଳେ ମହମ୍ମଦ ଜିଆ ଖାଁ ନାମରେ ଜଣେ ସରକାରୀ ପ୍ରାଣୀ ଚିକିତ୍ସକ ରାଇବିଦ୍‌ପୁରାରେ କାର୍ଯ୍ୟରତ ଥିଲେ। ମାତ୍ର ତାଙ୍କ ମନୋରଞ୍ଜନ ପାଇଁ ଗାଁରେ କିଛି ମାଧ୍ୟମ ନ ଥିଲା। ସେ ଜଣେ ବ୍ରିଜ୍‌ ଖେଳାଳି ଥିଲେ। ଏଣୁ ସେ ନିଜେ ବ୍ରିଜ୍‌ ଖେଳିବା ସହ ଗାଁ ଲୋକଙ୍କୁ ଶିଖାଇଲେ। ପ୍ରାରମ୍ଭରେ ଗାଁର ମଧ୍ୟବୟସ୍କ ଲୋକମାନେ ବ୍ର୍ରିଜ୍‌ ଖେଳୁଥିଲେ। ମାତ୍ର ଏହା ସାର୍ବଜନୀନ ହେବାକୁ ବେଶି ଡେରି ଲାଗି ନ ଥିଲା। ୨୦୦୩ ମସିହା ବେଳକୁ ରାଇବିଦ୍‌ପୁରାରେ ବ୍ରିଜ୍‌ ତାସ୍‌ ଖେଳ ପ୍ରସାର ହୋଇଯାଇଥିଲା। ଗ୍ରାମର ନିଜସ୍ବ ଦଳ ମଧ୍ୟ ଗଠନ ହୋଇସାରିଥିଲା। ଉକ୍ତ ବର୍ଷ ଇନ୍ଦୋର ସହରକୁ ଯାଇଥିଲା ସେହି ଦଳ। ଚାଷୀମାନଙ୍କୁ ନେଇ ଗଠିତ ଦଳର ବ୍ରିଜ୍‌ ଖେଳ ପ୍ରଶଂସନୀୟ ହୋଇଥିଲା। ଅତୀତରେ ରାଇବିଦ୍‌ପୁରାରେ କୃଷକ ଓ ସରକାରୀ ଶିକ୍ଷକ ସଂଖ୍ୟା ଅଧିକ ଥିଲା। ଗାଁର ଯୁବପିଢ଼ି ଏବେ ସଫ୍ଟୱେର ଓ ମେଡିସିନ୍‌ ବ୍ୟବସାୟ ଆଡ଼କୁ ଢଳୁଛନ୍ତି। ସମ୍ପ୍ରତି ଗାଁରେ ତାସ୍‌ ଖେଳର ବାତାବରଣ ବଢ଼ିଛି। କଳ୍ପନା ଓ ବିଦ୍ୟା ଯେଉଁ କ୍ଲବ୍‌ରେ ଅଭ୍ୟାସ କରୁଛନ୍ତି ସେ ଗୃହକୁ ମାର୍ଜିତ କରାଯାଇଛି। ଗାଁରେ ତାସ୍‌ ଖେଳର ମୂଳଦୁଆ ପକାଇଥିବା ଲୋକମାନଙ୍କୁ ସ୍ମରଣ କରାଯାଉଛି। ସେମାନଙ୍କ ମଧ୍ୟରେ ଜଣେ ଅମରେଶ ଦେଶ୍‌ପାଣ୍ଡେ। ୨୦୧୨ରେ ‘ବ୍ରିଜ୍‌ ଭିଲେଜ୍‌’ ଶୀର୍ଷକ ଏକ ଗଣମାଧ୍ୟମ ରିପୋର୍ଟ ତାଙ୍କ ନଜରକୁ ଆସିଥିଲା। ଏହା ପଢ଼ିଲା ପରେ ରାଇବିଦ୍‌ପୁରା ପ୍ରତି ଅମରେଶ ଆଗ୍ରହୀ ହୋଇପଡ଼ିଲେ। ସେ ୧୦ ଦିନ ଧରି ଏହି ଗାଁରେ ରହି ଗ୍ରାମବାସୀଙ୍କର ତାସ୍‌ ଆକର୍ଷଣ ଅନୁଧ୍ୟାନ କରିଥିଲେ। ଅମରେଶ ଏବେ ବ୍ରିଜ୍‌ର ପ୍ରସାର ଲାଭ ଦିଗରେ କାମ କରୁଛନ୍ତି। ବ୍ରିଜ୍‌ର ଏକ କ୍ଷୁଦ୍ର ଅବଧି ପ୍ରସ୍ତୁତ କରି ତାକୁ ବିଦ୍ୟାଳୟ ଶିକ୍ଷାରେ ସାମିଲ କରାଇବା ଲାଗି ଅମରେଶ ଲକ୍ଷ୍ୟ ରଖିଛନ୍ତି। ତାଙ୍କରି ଉଦ୍ୟମ ଫଳରେ ଗାଁରେ ଏକ ବ୍ରିଜ୍‌ କ୍ଲବ୍‌ କାର୍ଯ୍ୟ କରୁଛି।
ଓ ବିଦ୍ୟା ଗାଁର ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗୀମାନଙ୍କ ଭିତରେ ଥିଲେ। ୨୦୧୨ ମସିହାରୁ ଦୁହେଁ ବ୍ରିଜ୍‌ ଖେଳରେ ଜଡ଼ିତ ଅଛନ୍ତି। ବିଭିନ୍ନ ସ୍ଥାନକୁ ବୁଲିଯିବା ସହ ଟୁର୍ନାମେଣ୍ଟ ଖେଳିବା ହେଉଛି ସେମାନଙ୍କର ନିଶା। ରାଇବିଦ୍‌ପୁରାରେ ବର୍ଷରେ ଏକାଧିକ ବ୍ରିଜ୍‌ ଟୁର୍ନାମେଣ୍ଟ ଆୟୋଜନ ହୋଇଆସୁଛି। ରାଇବିଦ୍‌ପୁରା ତାସ୍‌ ଖେଳ ପରମ୍ପରାର ଏକ ପ୍ରମୁଖ ଦିଗ ହେଉଛି ଚଟାଣରେ ବସି ତାସ୍‌ ଖେଳ। ଗାଁର ଦେବଦାସ ବର୍ମା ଜଣେ ତାସ୍‌ ପ୍ରଶିକ୍ଷକ। ସେ ଗାଁର କେତେଜଣଙ୍କୁ ତାସ୍‌ ଶିକ୍ଷା ଦେବାପରେ ଅନ୍ୟମାନେ ଅନୁସରଣ କରିଥିଲେ। ଗାଁ କ୍ଲବ୍‌ଗୁଡ଼ିକରେ ଲୋକମାନେ ତାସ୍‌ ଖେଳୁଥିଲା ବେଳେ ଭ୍ରାତୃତ୍ୱଭାବ ବଜାୟ ରଖିବା ଏକ ପରମ୍ପରା। ଏଠାରେ ଉଲ୍ଲେଖନୀୟ ଯେ, ସହର ବ୍ରିଜ୍‌ କ୍ଲବ୍‌ଗୁଡ଼ିକରେ ତାସ୍‌ ଖେଳ ବେଳେ ଯୁକ୍ତିତର୍କ ଏକ ସାଧାରଣ କଥା। ଅତୀତରେ ତାସ୍‌ ଖେଳରେ ତିକ୍ତତାକୁ ନେଇ ସ୍ବାମୀ, ସ୍ତ୍ରୀ ଛାଡ଼ପତ୍ର ଘଟଣା ଦେଖାଯାଇଛି। ୧୯୪୦ ଦଶକରେ ଆମେରିକାର କନସାସ୍‌ ପ୍ରଦେଶରେ ତାସ୍‌ ଖେଳ ବେଳେ ସ୍ତ୍ରୀ କ୍ରୋଧାନ୍ବିତ ହୋଇ ନିଜ ସ୍ବାମୀକୁ ଗୁଳିକରି ହତ୍ୟା କରିଥିଲେ।

ବ୍ରିଜ୍‌ ସମ୍ପର୍କରେ…
ବ୍ରିଜ୍‌ ଏକ କୌଶଳଗତ ତାସ୍‌ ଖେଳ। ଏହା ମନୋରଞ୍ଜନଧର୍ମୀ ଏବଂ ମନଲୋଭା। ମାଗଣ, ୨୯, ୪୨୦ ପରି ସାଧାରଣ ତାସ୍‌ ଖେଳ ନୁହେଁ। ବ୍ରିଜ୍‌ ବାୈଦ୍ଧିକସ୍ତରର ଖେଳ ହୋଇଥିବାରୁ ବରିଷ୍ଠ ଲୋକମାନେ ଖେଳିବାକୁ ପସନ୍ଦ କରନ୍ତି। ବୁଦ୍ଧି ପ୍ରୟୋଗରେ କ୍ଷିପ୍ରତା ଆଣିବାରେ ଏହି ଖେଳ ସହାୟକ ହୋଇଥାଏ। ତାସ୍‌ ଖେଳରେ ସାଧାରଣ ଜ୍ଞାନ ରଖିଥିବା ବ୍ୟକ୍ତି ବ୍ରିଜ୍‌ ଖେଳିବାକୁ ସକ୍ଷମ । ମାତ୍ର ସିଦ୍ଧହସ୍ତ ହାସଲ କରିବା ସହଜ ନୁହେଁ। ଏହି ଆହ୍ବାନ ଯୋଗୁ ବ୍ରିଜ୍‌ ପ୍ରତି ଜନାଗ୍ରହ ବଢ଼ିପାରଛି। ବ୍ରିଜ୍‌ର ଚ୍ୟାଲେଞ୍ଜିଂ ଦିଗ ଏହାକୁ ‘ଗେମ୍‌ ଅଫ୍‌ ଏ ଲାଇଫ୍‌ଟାଇମ’ ଖ୍ୟାତି ଆଣିଦେଇଛି। ୫୨ଟି କାର୍ଡ। ଦୁଇଜଣ ଲେଖା ଯୋଡ଼ିଦାର ହୋଇ ଖେଳନ୍ତି। ଖେଳର ଆଭିମୁଖ୍ୟ ‘ଟ୍ରିକ୍‌’ ହାସଲ। ହୋମ୍‌ ବ୍ରିଜ୍‌ ଖେଳ ମଧ୍ୟରେ ରବର ବ୍ରିଜ୍‌ ଅନ୍ୟତମ। ରବର ବ୍ରିଜ୍‌ ଜନପ୍ରିୟ। ଭାରତରେ ବ୍ରିଜ୍‌ ବେଶ୍‌ ପୁରୁଣା।

ରମେଶ ସାହୁ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri